Tuesday , August 9 2022
Breaking News
Home / କ୍ରୀଡ଼ା / ୟୁଥ ସ୍ପୋର୍ଟସ ଆଥଲେଟିକ ଏକାଡେମୀ ପକ୍ଷରୁ ଗଣତନ୍ତ୍ର ଦିବସ

ୟୁଥ ସ୍ପୋର୍ଟସ ଆଥଲେଟିକ ଏକାଡେମୀ ପକ୍ଷରୁ ଗଣତନ୍ତ୍ର ଦିବସ

କେନ୍ଦ୍ରାପଡ଼ା,୨୯/୧/୨୦୨୨ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ୟୁଥ ସ୍ପୋର୍ଟସ ଆଥଲେଟିକ ଏକାଡେମୀ ପକ୍ଷରୁ ୭୩ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ହାଇସ୍କୁଲ ମିନି ଷ୍ଟାଡିୟମ ପରିସରରେ ଜାତୀୟ ପତାକା ଉତୋଳନ କରାଯାଇଥିଲା । ଏଥିରେ ଜିଲ୍ଲା ବଣିକ ସଂଘର ସଭାପତି ସୟଦ ମୁସ୍ତକ ଅଲ୍ଲୀ, ଲର୍ଣ୍ଣ ବଲର ସଭାପତି ସୟଦ ଇମତିଆଜ ଅଲ୍ଲୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଆମ ଦେଶର ଗଣତନ୍ତ୍ରର ସୁରକ୍ଷା ପାଇଁ ସମସ୍ତେ ସମ୍ମିଳିତ ଉଦ୍ୟମ ଜାରି ରଖିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ  ସେକ ରଫିକୁଲ୍ଲା, ସେକ ଏସାନ, ସେକ ରଫିକ, କୋଚ ସେକ ସୌକତ ଖାନ, ସେକ ଆସିକଉଦିନଙ୍କ ସମେତ ଏକାଡେମୀର ପିଲାମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଆପେକ୍ସ ଆରବିଆନ ସ୍କୁଲର ୫ବର୍ଷ ବୟସର ଛାତ୍ର ସହଦତ୍ ଖାନ ୩କିଲୋମିଟର ମାରାଥନ ଦୌଡିଥିଲେ । ଏହି ଅବସରରେ ଆଇ.ଆଇ. ଏଚ. ଏମ. ପକ୍ଷରୁ ସଭାପତି ମହମ୍ମଦ ଅମୀର, ସମ୍ପାଦକ ଲିୟାକତ ଅଲ୍ଲୀ ସହଦତ୍ ଖାନଙ୍କୁ ସାର୍ଟିଫିକେଟ ଓ ମେଡାଲ ପ୍ରଦାନ କରି ପୁରସ୍କୃତ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅବ୍ୟବସ୍ଥା ମଧ୍ୟରେ କିଶନନଗର ତହସିଲରେ ଜନଶୁଣାଣୀ

କଟକ ସଦର, ୦୮/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲରେ ଆଜି (ସୋମବାର ) ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଥିବା …

Leave a Reply

Your email address will not be published.