Tuesday , August 16 2022
Breaking News
Home / ନିର୍ବାଚନ / ସ୍ଥାନ ସଂରକ୍ଷଣରେ ବ୍ୟାପକ ତ୍ରୁଟି: ୨୨ଟି ୱାର୍ଡରେ କେହି ପ୍ରାର୍ଥୀପତ୍ର ଦାଖଲ କଲେ ନାହିଁ  

ସ୍ଥାନ ସଂରକ୍ଷଣରେ ବ୍ୟାପକ ତ୍ରୁଟି: ୨୨ଟି ୱାର୍ଡରେ କେହି ପ୍ରାର୍ଥୀପତ୍ର ଦାଖଲ କଲେ ନାହିଁ  

ରଘୁନାଥପୁର, ୨୯/୧/୨୦୨୨ (ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକର ୧୯ଗୋଟି ପଂଚାୟତର  ବିଭିନ୍ନ ୱାର୍ଡରେ ୱାର୍ଡ ସଭ୍ୟ ପଦବୀ ନିମନ୍ତେ ନିର୍ବାଚନ କମିଶନ ପକ୍ଷରୁ ସ୍ଥାନ ସଂରକ୍ଷଣ କରାଯାଇଥିଲା । ଏହି ସଂରକ୍ଷଣରେ ବ୍ୟାପକ ତ୍ରୁଟି ଥିବାରୁ  ରଘୁନାଥପୁର ବ୍ଲକର ୧୯ଗୋଟି ପଂଚାୟତର ୨୨ଗୋଟି ୱାର୍ଡରେ କେହି ଜଣେ ହେଲେ ୱାର୍ଡ ସଭ୍ୟ ପଦବୀ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କରିନଥିଲେ । ଯେଉଁ ୱାର୍ଡରେ ଯେଉଁ ଜାତି ପାଇଁ ସଂରକ୍ଷଣ କରାଯାଇଅଛି, ସେହି ୱାର୍ଡରେ ସେହି ଜାତିର ଜଣେ ହେଲେ ଭୋଟର ନାହାଁନ୍ତି । ଯାହାଫଳରେ ରଘୁନାଥପୁର ବ୍ଲକର ୨୨ଗୋଟି ୱାର୍ଡରେ ଜଣେ ହେଲେ ୱାର୍ଡ ସଭ୍ୟ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କରିନାହାଁନ୍ତି । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି, ରଘୁନାଥପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଂଚାୟତର ଜଗନ୍ନାଥପୁର ଗ୍ରାମର ୨ନଂ ୱାର୍ଡରେ ଜଣେ ହେଲେ ଅନୁସୂଚିତ ଜନଜାତି (ଆଦିବାସୀ) ଭୋଟର ନାହଁନ୍ତି । ଅଥଚ ଏହି ୨ନଂ ୱାର୍ଡକୁ ୱାର୍ଡ ସଭ୍ୟ ପଦବୀକୁ ଅନୁସୂଚିତ ଜନଜାତି ଲୋକଙ୍କ ପାଇଁ ସଂରକ୍ଷଣ କରାଯାଇଅଛି । ଫଳରେ ଜଗନ୍ନାଥପୁର ୨ନଂ ୱାର୍ଡରେ ୱାର୍ଡ ସଭ୍ୟ ନିମନ୍ତେ କେହି ଜଣେ ହେଲେ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିପାରିଲେ ନାହିଁ । ଏହିଭଳି ରଘୁନାଥପୁର ବ୍ଲକର ୨୨ଗୋଟି ୱାର୍ଡରେ ୱାର୍ଡ ସଭ୍ୟ ନିମନ୍ତେ ଜଣେ ହେଲେ ପ୍ରାର୍ଥୀପତ୍ର ଦାଖଲ କରିନଥିବାରୁ ପୁନର୍ବାର ଆଜି ପ୍ରାର୍ଥୀପତ୍ର ଦାଖଲ କରିନଥିବା ୨୨ଗୋଟି ୱାର୍ଡ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ ନିମନ୍ତେ ନିର୍ବାଚନ ଅଧିକାରୀ ତାରିଖ ଘୋଷଣା କରିଛନ୍ତି । ଜାନୁୟାରୀ ୩୦ରୁ ଫେବୃୟାରୀ ୧ତାରିଖ ମଧ୍ୟରେ ଆଦୌ ପ୍ରାର୍ଥୀପତ୍ର ଦାଖଲ କରିନଥିବା ୨୨ଟି ୱାର୍ଡ ନିମନ୍ତେ ୱାର୍ଡ ସଭ୍ୟ ପ୍ରାର୍ଥୀପତ୍ର ଦାଖଲ କରିବେ । ଆଜି ପ୍ରଥମ ଦିନରେ କେହି ଜଣେ ହେଲେ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିନାହାନ୍ତି । ଯଦି ଭୁଲ ସଂରକ୍ଷଣ କରାଯାଇଥିବା ୱାର୍ଡରେ ସଂଶୋଧନ କରାନଯାଏ ତେବେ ଏହି ୨୨ଗୋଟି ୱାର୍ଡରେ କେହି ଜଣେ ହେଲେ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ କରିପରିବେ ନାହିଁ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି ।  ଓଡ଼ିଶା ସମାଚାର

About admin

Check Also

ସ୍ବାଧୀନତା ର ଅମୃତମହୋତ୍ସବ ଓ ସ୍ୱାଧୀନତା ଦିବସ  ପାଳିତ

ନିଶ୍ଚିନ୍ତକୋଇଲି , ୧୫/୦୮/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଜନାର୍ଦ୍ଦନ ପୁର ଚିତ୍ରୋତ୍ପଳା ସରକାରୀ ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣ ରେ ୭୬ …

Leave a Reply

Your email address will not be published.