Tuesday , August 9 2022
Breaking News
Home / ବିଶେଷ / ଶ୍ରୀଲକ୍ଷ୍ମୀନାରାୟଣଜୀଉଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ

ଶ୍ରୀଲକ୍ଷ୍ମୀନାରାୟଣଜୀଉଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ

କେନ୍ଦ୍ରାପଡ଼ା, ୨୯/୧/୨୦୨୨ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜମଧର ପଂଚାୟତର ପାଣ୍ଡିରି  ଗ୍ରାମରେ ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣଜୀଉଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ତିନିଦିନ ବ୍ୟାପି ଆୟୋଜିତ ଏହି ଆଧ୍ୟାତ୍ମିକ ମହୋତ୍ସବରେ ପ୍ରତିଦିନ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା । ବିଭିନ୍ନ ଦିବସରେ ଅଙ୍କୁରୋପଣ, କଳସଯାତ୍ରା, ସୂର୍ଯ୍ୟପୂଜା, ଗୀତାଯଜ୍ଞ, ଘୃତଯଜ୍ଞ ପ୍ରଭୃତି ବିଧର ମୁତାବକ ଅନୁଷ୍ଠିତ ହୋଇଥିଲା । ମନ୍ଦିର ପୂଜକ ପ୍ରଫୁଲ୍ଲ କୁମାର ଦାଶ ଓ ନିଗମ କୁମାର ଦାଶଙ୍କ ତତ୍ୱାବଧାନରେ ପଣ୍ଡିତ ମଣ୍ଡଳୀ ରୀତିନୀତି ଅନୁଯାୟି ପୂଜା କାର୍ଯ୍ୟ କରିଥିଲେ । ମଠାଧିଶ ଜୀବନାନନ୍ଦ ମହାନ୍ତି କର୍ତା ଭାବେ ପୂଜାରେ ସଙ୍କଳ୍ପ କରିଥିଲେ । ଶ୍ରୀଲକ୍ଷ୍ମୀନାରାଜୀଉ ନଗର ପରିକ୍ରମା କରି ନୂତନ ମନ୍ଦିରରେ ପ୍ରବେଶ କରିଥିଲେ । ଏଥିରେ ଶତାଧିକ ଶ୍ରଦ୍ଧାଳୁ ଅଂଶଗ୍ରହଣ କରି ବିଭୁକୃପା ଲାଭ କରିଥିଲେ । ପ୍ରତି ସନ୍ଧ୍ୟାରେ ଭଜନ,କୀର୍ତନ ପ୍ରଭୃତି ପରିବେଷଣ କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

କିଏ କେଉଁଠି ପତାକା ଉତୋଳନ କରିବେ

ଭୁବନେଶ୍ୱର,୦୮/୦୮/୨୦୨୨(ଓଡ଼ିଶା ସମାଚାର)- ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସ ରେ ରାଜ୍ୟସ୍ତରୀୟ ପରେଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ …

Leave a Reply

Your email address will not be published.