Tuesday , August 16 2022
Breaking News
Home / ନିର୍ବାଚନ / ବିଜିପୁର ପ୍ରାଥମିକ ବିଦ୍ୟାଳୟ ମିଶ୍ରଣ ନିଷ୍ପତିକୁ ବିରୋଧ କରି ଗ୍ରାମବାସୀଙ୍କ ଭୋଟ ବର୍ଜନ ନିଷ୍ପତି

ବିଜିପୁର ପ୍ରାଥମିକ ବିଦ୍ୟାଳୟ ମିଶ୍ରଣ ନିଷ୍ପତିକୁ ବିରୋଧ କରି ଗ୍ରାମବାସୀଙ୍କ ଭୋଟ ବର୍ଜନ ନିଷ୍ପତି

ଗରଦପୁର, ୨୯/୧/୨୦୨୨ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ସାନଅଢଙ୍ଗା ଗ୍ରାମ ପଂଚାୟତର ବିଜିପୁର ପ୍ରାଥମିକ ବିଦ୍ୟାଳୟକୁ ସାନଅଢଙ୍ଗା ପ୍ରାଥମିକ ବିଦ୍ୟାଳୟରେ ମିଶ୍ରଣ କରାଯାଇଥିବାରୁ ଏହି ନିଷ୍ପତିକୁ ବିରୋଧ କରିବା ସହିତ ପୁନଃ ପ୍ରତିଷ୍ଠା ଦାବିରେ ଗ୍ରାମବାସୀମାନେ ଆଗାମୀ ତ୍ରିସ୍ତରୀୟ ନିର୍ବାଚନରେ ଶାନ୍ତିପୂର୍ଣ୍ଣ ସମୂହ ଭୋଟ ବର୍ଜନ କରିବାକୁ ନିଷ୍ପତି ଗ୍ରହଣ କରିଛନ୍ତି । ସୂଚନା ଯୋଗ୍ୟ କି ଗତ ୨୦୨୦ ମସିହା ଅକ୍ଟୋବର ମାସରେ ସରକାର ଗରଦପୁର ବ୍ଲକ୍ ର ୩୬ଟି ବିଦ୍ୟାଳୟକୁ ବନ୍ଦ କରିବାକୁ ନିର୍ଦ୍ଧେଶନାମା ଜାରି କରିଥିବାବେଳେ ସେହି ବିଦ୍ୟାଳୟକଗୁଡିକୁ ନିକଟସ୍ଥ ବିଦ୍ୟାଳୟରେ ମିଶ୍ରଣ କରିଥିଲେ । ଏହି ପରିପ୍ରେକ୍ଷିରେ ୧୯୭୫ ମସିହାରେ ପ୍ରତିଷ୍ଠିତ ବିଜିପୁର ପ୍ରାଥମିକ ବିଦ୍ୟାଳୟକୁ ଏକ କିଲୋମିଟର ରୁ କମ୍ ଦୂରତା ଏବଂ ୨୦ ରୁ ୪୦ ମଧ୍ୟରେ ଛାତ୍ରଛାତ୍ରୀ ଥିବା ଦର୍ଶାଯାଇ ସାନଅଢଙ୍ଗା ସହିତ ମିଶ୍ରଣ କରାଯାଇଥିଲା । ସେହିଦିନ ଠାରୁ ବିଜିପୁର ଗ୍ରାମବାସୀମାନେ ମିଶ୍ରଣ ପ୍ରକି୍ରଆ ଅନ୍ୟାୟର ପ୍ରତିବାଦ କରି ବିଭାଗୀୟ ଅଧିକାରୀଙ୍କୁ ଭୁଲ୍ ତଥ୍ୟ ପ୍ରଦାନ କରାଯାଇ ବିଦ୍ୟାଳୟକୁ ବନ୍ଦ କରାଯାଇଥିବା ଦର୍ଶାଇଥିଲେ । ଏପରିକି ସଂପୃକ୍ତ ସିଆରସିସି ରାଜନୈତିକ ଆକ୍ରୋଶ ରଖି ଭୁଲ୍ ତଥ୍ୟ ପ୍ରଦାନ କରି ବିଦ୍ୟାଳୟ ବନ୍ଦ ପାଇଁ ରିପୋର୍ଟ ଦେଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଥିଲେ । ଗ୍ରାମବାସୀମାନେ ବିଦ୍ୟାଳୟର ଦୂରତା ୧.୫ କି.ମି କହୁଥିବାବେଳେ ସିଆରସିସି ୯୦୦ ମିଟର ଦର୍ଶାଇଥିବା ସହିତ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମ୍ କରି ଦେଇଥିବା ଅଭିଯୋଗ କରିଥିଲେ । ଆହୁରିମଧ୍ୟ ଗ୍ରାମବାସୀମାନେ ବିଭାଗୀୟ ଅଧିକାରୀଙ୍କୁ ଏବିଷୟରେ ଜଣାଇବା ପରେ କୌଣସି ସୁଫଳ ନମିଳିବାରୁ ଛୋଟଛୋଟ ଶିଶୁଙ୍କ ହିତ ଦୃଷ୍ଟିରୁ ପୁନଃ ତଦନ୍ତ କରିବାକୁ ଗଣଶିକ୍ଷା ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଗ୍ରାମବାସୀମାନଙ୍କ ଅଭିଯୋଗକୁ ଭିତିକରି ମନ୍ତ୍ରୀ ତଦନ୍ତ ନିର୍ଦ୍ଧେଶ ଦେଇଥିଲେ ମଧ୍ୟ ତାହାର କୌଣସି ସୁଫଳ ମିଳିନଥିଲା । ତେଣୁ ଦୀର୍ଘ ଦୁଇ ବର୍ଷ ହେବ ଗ୍ରାମବାସୀମାନେ ଅଭିଯୋଗ କରିବା ସହିତ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେବା ସହିତ ବିଦ୍ୟାଳୟକୁ ତାଲା ପକାଇ ରଖିଥିଲେ ମଧ୍ୟ ଗ୍ରାମବାସୀଙ୍କ ଅଭିଯୋଗକୁ ଗୁରୁତ୍ୱ ଦିଆଯାଇନଥିଲା । ବିଭାଗୀୟ ଅଧିକାରୀ, ରାଜନୈତିକ ନେତାମାନଙ୍କ ପାଖକୁ ଦୌଡି ଦୌଡି ନିରାଶ ହେବା ପରେ ବିଦ୍ୟାଳୟର ପୁନଃ ପ୍ରତିଷ୍ଠା ଦାବିରେ ଆଗାମୀ ତି୍ରସ୍ତରୀୟ ନିର୍ବାଚନରେ ଶାନ୍ତିପୂର୍ଣ୍ଣ ସମୂହ ଭୋଟ ବର୍ଜନ କରିବାକୁ ନିଷ୍ପତି ନେଇଥିବା ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ସ୍ବାଧୀନତା ର ଅମୃତମହୋତ୍ସବ ଓ ସ୍ୱାଧୀନତା ଦିବସ  ପାଳିତ

ନିଶ୍ଚିନ୍ତକୋଇଲି , ୧୫/୦୮/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଜନାର୍ଦ୍ଦନ ପୁର ଚିତ୍ରୋତ୍ପଳା ସରକାରୀ ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣ ରେ ୭୬ …

Leave a Reply

Your email address will not be published.