Tuesday , August 9 2022
Breaking News
Home / ଶିକ୍ଷା / ନିଖିଳ ଓଡିଶା ଛାତ୍ର ସଂଘର କେନ୍ଦ୍ରାପଡା ଶାଖାପକ୍ଷରୁ +୨ ପରୀକ୍ଷା ବନ୍ଦ ଦାବି

ନିଖିଳ ଓଡିଶା ଛାତ୍ର ସଂଘର କେନ୍ଦ୍ରାପଡା ଶାଖାପକ୍ଷରୁ +୨ ପରୀକ୍ଷା ବନ୍ଦ ଦାବି

କେନ୍ଦ୍ରାପଡ଼ା, ୨୯/୧/୨୦୨୨ (ଓଡ଼ିଶା ସମାଚାର)-ନିଖିଳ ଓଡିଶା ଛାତ୍ର ସଂଘର କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ +୨ ଫାଇନାଲ ପରୀକ୍ଷା ବନ୍ଦ ଦାବିରେ ଶୁକ୍ରବାର ପୂର୍ବାହ୍ନରେ କଟକ-ଚାନ୍ଦବାଲି ରାସ୍ତାକୁ କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମ୍ମୁଖରେ ବନ୍ଦ କରିଦିଆଯାଇଥିଲା । ସେହି ରାସ୍ତା ଉପରେ ସଂଘର ଶତାଧିକ ଛାତ୍ରଛାତ୍ରୀମାନେ ବସିରହି ଥିଲେ । ଫଳରେ ସେହି ରାସ୍ତାର ଉଭୟ ପାଶ୍ୱର୍ରେ ଶହ ଶହ ଗାଡି ଅଟକି ରହିଥିଲା । ଖବର ପାଇ କେନ୍ଦ୍ରାପଡା ଟାଉନ ଥାନା ଅଧିକାରୀ ଗୋରାଙ୍ଗ ଚରଣ ପୃଷ୍ଟି ପୋଲିସ ଫୋର୍ସ ସହିତ ଘଟଣାସ୍ଥଳରେ ପହଂଚି ରାସ୍ତାରୋକ କରିଥିବା ଛାତ୍ରଛାତ୍ରୀମାନଙ୍କୁ ବୁଝାଶୁଝା କରିବା ପରେ ସେମାନେ ରାସ୍ତାରୋକରୁ ଉଠି ଯାଇ ଏକ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟକୁ ଯାଇଥିଲେ । ସେଠାରେ ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ) ପିତାମ୍ବର ସାମଲଙ୍କୁ ଛାତ୍ରସଂଘର ଏକ ପ୍ରତିନିଧି ମଣ୍ଡଳୀ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉଦେଶ୍ୟରେ +୨ ଫାଇନାଲ ପରୀକ୍ଷା ବନ୍ଦ କରାଯିବାକୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଲା

ଭୁବନେଶ୍ୱର,୦୮/୦୮/୨୦୨୨(ଓଡ଼ିଶା ସମାଚାର)- ପୂର୍ବ ସୂଚନା ଅନୁଯାୟୀ ଆଜି ଯୁକ୍ତ ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଛି …

Leave a Reply

Your email address will not be published.