Tuesday , August 16 2022
Breaking News
Home / ବିଶେଷ / ଗୋଠିଣା ନୂତନ ରାଜସ୍ୱ ଗ୍ରାମ ଗଠନ କରିବାକୁ ରାଜସ୍ୱ ମନ୍ତ୍ରୀଙ୍କ ନିକଟରେ ଦାବି 

ଗୋଠିଣା ନୂତନ ରାଜସ୍ୱ ଗ୍ରାମ ଗଠନ କରିବାକୁ ରାଜସ୍ୱ ମନ୍ତ୍ରୀଙ୍କ ନିକଟରେ ଦାବି 

 ରଘୁନାଥପୁର, ୨୯/୧/୨୦୨୨ (ଓଡ଼ିଶା ସମାଚାର)-ରଘୁନାଥପୁର ତହସିଲ ଅନ୍ତର୍ଗତ ଜଗନ୍ନାଥପୁର ମୌଜାର ଗୋଠିଣା ନୂତନ ରାଜସ୍ୱ ଗ୍ରାମ କରାଯିବା ନିମନ୍ତେ ଗ୍ରାମବାସୀମାନେ ରାଜସ୍ୱ ମନ୍ତ୍ରୀ, ଜିଲ୍ଲାପାଳ ଓ ତହସିଲଦାରଙ୍କ ଠାରେ ଦାବି କରିଛନ୍ତି । ପ୍ରକାଶଥାଉକି, ଜଗନ୍ନାଥପୁର ପଂଚାୟତର କୁଆମଙ୍ଗା ମୌଜାର ୧୯ ଓ ୨୦ ନଂ ୱାର୍ଡ ଏବଂ ଗୋଠିଣାରେ ଥିବା ବରାଗୋଳ ମୌଜାର ୧ ଓ ୨ ନଂ ୱାର୍ଡ ଏହି ୪ଗୋଟି ୱାର୍ଡକୁ ନେଇ ଗୋଠିଣା ନୂତନ ରାଜସ୍ୱ ଗ୍ରାମ ଗଠନ କରାଯିବା ନିମନ୍ତେ ଆଜି ରଘୁନାଥପୁର ତହସିଲଦାରଙ୍କ ନିକଟରେ ଗ୍ରାମବାସୀମାନେ ସେମାନଙ୍କର ଏସମ୍ପର୍କରେ ହୋଇଥିବା ମାମଲାରେ ଉପସ୍ଥିତ ହୋଇ ସେମାନଙ୍କର ନାଯ୍ୟ ଓ ଉଚିତ୍ ଦାବି ରଖିଥିଲେ । ଯଦି ଏହା ନିୟମାନୁଯାୟୀ ସମ୍ଭବ ନୁହେଁ ତେବେ ଏହି ପ୍ରସ୍ତାବଟିକୁ ସ୍ଥଗିତ ରଖିବାକୁ ଗ୍ରାମବାସୀମାନେ ଆଜି ରଘୁନାଥପୁର ତହସିଲଦାର ରୂପାଲିକା ଦାଶଙ୍କ ନିକଟରେ ହାଜର ହୋଇ ଏହି ଦାବି ରଖିଛନ୍ତି । ସେମାନେ ହେଲେ ଅଜୟ କୁମାର ନାୟକ, ଶରତଚନ୍ଦ୍ର ବାରିକ, ଅମୀୟ ମହାପାତ୍ର, ନାରାୟଣ ମହାରଣା, କୈଳାଶଚନ୍ଦ୍ର ସ୍ୱାଇଁ, ହେମନ୍ତ କୁମାର ନାୟକ, ଗୋପାଳ ଚନ୍ଦ୍ର ସ୍ୱାଇଁ, ପ୍ରଶନ୍ନ କୁମାର ସ୍ୱାଇଁ, ଅମୀୟ କୁମାର ନାୟକ, ସମୟ ସ୍ୱାଇଁ, ଗୋବିନ୍ଦ ସ୍ୱାଇଁ, ନିରାକାର ମହାପାତ୍ର, ସୁବାଷ କୁମାର ନାୟକ, ନୃସିଂହ ଚରଣ ସ୍ୱାଇଁ, ଶିବଚରଣ ମହାପାତ୍ର, ବିଚିତ୍ରାନନ୍ଦ ସ୍ୱାଇଁ, ଅଚୁ୍ୟତ ମହାପାତ୍ର, ପ୍ରଭାକର ସ୍ୱାଇଁ, କମଳାକାନ୍ତ ସ୍ୱାଇଁ, ସୁବାଷ ଚନ୍ଦ୍ର ମହାପାତ୍ର, ସଂଜୟ ନାୟକ, ଶରତଚନ୍ଦ୍ର ମହାପାତ୍ର ପ୍ରମୁଖ ବହୁ ଗ୍ରାମବାସୀମାନେ ତହସିଲଦାରଙ୍କୁ ଲିଖିତ ଭାବେ ସେମାନଙ୍କର ଏହି ଦାବିକୁ ରଖିଛନ୍ତି । ଓଡ଼ିଶା ସମାଚାର

About admin

Check Also

ସ୍ବାଧୀନତା ର ଅମୃତମହୋତ୍ସବ ଓ ସ୍ୱାଧୀନତା ଦିବସ  ପାଳିତ

ନିଶ୍ଚିନ୍ତକୋଇଲି , ୧୫/୦୮/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଜନାର୍ଦ୍ଦନ ପୁର ଚିତ୍ରୋତ୍ପଳା ସରକାରୀ ଉଚ୍ଚବିଦ୍ୟାଳୟ ପ୍ରାଙ୍ଗଣ ରେ ୭୬ …

Leave a Reply

Your email address will not be published.