Friday , August 19 2022
Breaking News
Home / ନିର୍ବାଚନ / ଓସ୍ତପୁର ପଂଚାୟତ ମାଲପୁର ଭୋଟଗ୍ରହଣ କେନ୍ଦ୍ର ବଦଳାନଯିବାକୁ ଜିଲ୍ଲାପାଳଙ୍କୁ ଦାବି

ଓସ୍ତପୁର ପଂଚାୟତ ମାଲପୁର ଭୋଟଗ୍ରହଣ କେନ୍ଦ୍ର ବଦଳାନଯିବାକୁ ଜିଲ୍ଲାପାଳଙ୍କୁ ଦାବି

କେନ୍ଦ୍ରାପଡ଼ା, ୨୯/୧/୨୦୨୨ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ଗ୍ରାମପଂଚାୟତର ୧୨ନମ୍ବର ୱାର୍ଡ ଅନ୍ତର୍ଗତ ମାଲପୁର ଗ୍ରାମର କ୍ଲବ ଘରେ ପଂଚାୟତ ନିର୍ବାଚନ ପାଇଁ ଅସ୍ଥାୟୀ ଭୋଟ ଗ୍ରହଣ କେନ୍ଦ୍ର ଦୀର୍ଘ ଦଶନ୍ଧି ଧରି ହୋଇଆସୁଥିଲା । କିନ୍ତୁ ଚଳିତ ପଂଚାୟତ ନିର୍ବାଚନରେ ସେହି ଅସ୍ଥାୟୀ ଭୋଟ ଗ୍ରହଣ କେନ୍ଦ୍ରକୁ ପ୍ରାୟ ୫କିଲୋମିଟର ଦୂରରେ ଥିବା ଅନ୍ୟ ଏକ ସ୍ଥାନକୁ ବଦଳାଯିବାକୁ ମସୁଦ୍ଧା ଚାଲିଥିବା ସଂପୃକ୍ତ ଗ୍ରାମର ଭୋଟରମାନେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଗତ ୧୯୯୨ମସିହାରୁ ଆଜି ପର୍ଯ୍ୟନ୍ତ ୬ଥର ପଂଚାୟତ ନିର୍ବାଚନ ଶାନ୍ତିଶୃଙ୍ଖଳା ସହିତ ସମାପନ ହୋଇଥିବା ମାଲପୁର ଗ୍ରାମର ବୁଥକୁ ଉଦେଶ୍ୟମୂଳକ ଭାବେ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ଗ୍ରାମର ଭୋଟରମାନେ କହିଛନ୍ତି । କେନ୍ଦ୍ର ପରିବର୍ତନ ହେଲେ ଏହି ଗ୍ରାମର ଭୋଟରମାନେ ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଅଙ୍ଗୁଳେଇ ପଂଚାୟତକୁ ଅତିକ୍ରମ କରି ନୂତନ ଭୋଟ ଗ୍ରହଣ କେନ୍ଦ୍ରକୁ ଯିବାକୁ ପଡିବ । ଫଳରେ ଏତେବାଟ ବୟଷ୍କ ମହିଳା ଓ ପୁରୁଷ ଭୋଟରମାନେ ଯିବା ସମ୍ଭବ ହେବ ନାହିଁ । ନଚେତ ଭୋଟରମାନେ ବାଧ୍ୟ ହୋଇ ଭୋଟ ବର୍ଜ୍ଜନ କରିବେ ବୋଲି ରବିନ୍ଦ୍ର ନାଥ ମିଶ୍ର, କନକଲତା ମିଶ୍ର, ସରପଂଚ ପ୍ରାର୍ଥୀ ରଶ୍ମିରଞ୍ଜନ ଚୌଧୁରୀ, ନିର୍ଦ୍ୱନ୍ଦରେ ନିର୍ବାଚିତ ୱାର୍ଡସଭ୍ୟ ଅଶୋକ କୁମାର ମିଶ୍ର, ମିନତୀ ମିଶ୍ର, ଅକ୍ଷୟ ମିଶ୍ର, ଚିନ୍ମୟୀ ପ୍ରଭା ମିଶ୍ର, ସୁଶାନ୍ତ ମିଶ୍ର, ନରହରି ମିଶ୍ର, ବନଲତା ମିଶ୍ର, ପ୍ରଭଞ୍ଜନ ପଣ୍ଡା, କଳ୍ପନା ଦାଶ, ମମତା ପଣ୍ଡା ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଭାରତ ମାତା ସେବା ଅନୁଷ୍ଠାନ ତରଫରୁ ୩୭୫ ଫୁଟ ର ବିଶାଳ ତ୍ରିରଙ୍ଗା ଯାତ୍ରା

ଭୁବନ ୧୮/୦୮/୨୦୨୨(ଓଡ଼ିଶା ସମାଚାର)- ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଭାରତ ମାତା ସେବା ଅନୁଷ୍ଠାନ ଆନୁକୂଲ୍ୟରେ  ୩୭୫ ଫୁଟ …

Leave a Reply

Your email address will not be published.