Tuesday , August 9 2022
Breaking News
Home / ବିଶେଷ / ଆହୁରୀ ଦୁଇ ଦିନ ଶୀତ ବଢ଼ିବ

ଆହୁରୀ ଦୁଇ ଦିନ ଶୀତ ବଢ଼ିବ

ଭୁବନେଶ୍ୱର ,୨୯/୧/୨୦୨୨ (ଓଡ଼ିଶା ସମାଚାର)- ରାଜ୍ୟରେ ପୁଣି ଶୀତ ବଢ଼ିଛି । ରାତିରେ ପ୍ରବଳ ଥଣ୍ଡା ଅନୁଭୁତ ହେଉଛି । ରାତିରେ ଏତେ ଶୀତ ହେଉଛି ଯେ ପାଣି ପୁରା ବରଫ ଭଳି ଥଣ୍ଡା ହୋଇଯାଉଛି । ରାତିରେ ବାହାରକୁ ବାହାରିବା କଷ୍ଟକର ହୋଇପଡ଼ିଛି । ବିଶେଷ କରି ବୟସ୍କ ବ୍ୟକ୍ତିମାନେ ଶୀତରେ ଥରୁଛନ୍ତି । ସକାଳେ ମଧ୍ୟ ୮ ଟା ପର୍ଯ୍ୟନ୍ତ ବୟସ୍କ ବ୍ୟକ୍ତିମାନେ ପଦାକୁ ବାହାରି ପାରୁନାହାନ୍ତି । ଥଣ୍ଡାରେ ଲୋକମାନଙ୍କ ଓଠ, ପାଦ ଫାଟିବା ଦେଖାଦେଲାଣି । ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପ୍ରଦତ୍ତ ସୂଚନା ଅନୁଯାୟୀ ଓଡ଼ିଶା ମଧ୍ୟକୁ ଉତ୍ତର-ପଶ୍ଚିମ ତଥା ଉତ୍ତର ଦିଗରୁ କ୍ରମାଗତ ଭାବେ ଥଣ୍ଡା ଓ ଶୁଷ୍କବାୟୁ ପ୍ରବେଶ କରୁଛି। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ରାତି ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରି ପର୍ୟ୍ୟନ୍ତ କମ୍ ରହିଛି। ଆସନ୍ତା ୨ ଦିନ ପର୍ୟ୍ୟନ୍ତ ଏହିପରି ଥଣ୍ଡା ଅନୁଭୂତ ହେବ । ଶୀତ ଲହର ପାଇଁ ୱାର୍ଣ୍ଣିଂ ଜାରି କରିବା ସହ କେନ୍ଦ୍ର ପକ୍ଷରୁ କିଛି ସତର୍କତାମୂଳକ ପରାମର୍ଶ ଦିଆଯାଇଛି। ଏହି ଶୀତ ଲହର ପ୍ରବାହିତ ହେଉଥିବା ସମୟରେ ରାତି କିମ୍ବା ପାହାନ୍ତିଆ ସମୟରେ ବାହାରକୁ ନ ବାହାରିବା ପାଇଁ କୁହାଯାଇଛି। ଶୀତବସ୍ତ୍ର ପରିଧାନ କରିବା, ଗୃହପାଳିତ ପଶୁଙ୍କୁ ଖୋଲା ସ୍ଥାନ ପରିବର୍ତ୍ତେ ବନ୍ଦ କୋଠରିରେ ରଖିବା, ରାତି ସମୟରେ ଖୋଲା ଯାନରେ ଯାତାୟାତ ନ କରିବାକୁ ପରାମର୍ଶ ଦିଆଯାଇଛି।ଏହାର ପରବର୍ତ୍ତୀ ୨ ଦିନରେ ପାରଦ ୨ରୁ ୩ ଡିଗ୍ରି ଯାଏ ବୃଦ୍ଧି ଘଟିବ । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅବ୍ୟବସ୍ଥା ମଧ୍ୟରେ କିଶନନଗର ତହସିଲରେ ଜନଶୁଣାଣୀ

କଟକ ସଦର, ୦୮/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲରେ ଆଜି (ସୋମବାର ) ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଥିବା …

Leave a Reply

Your email address will not be published.