ଗରଦପୁର, ୨୮/୧/୨୦୨୨ (ଓଡ଼ିଶା ସମାଚାର)- ହୃଦାଘାତରେ ତେଣ୍ଡାକୁଡ଼ା ପଂଚାୟତର ଜୟତଳଙ୍ଗ ଗ୍ରାମର ସମାଜସେବୀ ଦେବେନ୍ଦ୍ରନାଥ ମହାନ୍ତି ଙ୍କର ମୃତ୍ୟୁ ହୋଇଛି । ଗତ ବୁଧବାର ରାତିରେ ଶ୍ରୀ ମହାନ୍ତି ଖାଇ ପିଇ ଶୋଇଥିଲେ । ରାତି ପ୍ରାୟ ୩ ଟା ବେଳେ ସେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ପରିବାର ର ଲୋକମାନେ ଆମ୍ବୁଲାନ୍ସ ମଗାଇ ନିକଟସ୍ଥ ରଘୁନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରୁ ଡ଼ାକ୍ତର ତାଙ୍କୁ କଟକ ରେଫର କରିଥିଲେ । ହେଲେ କଟକ ନେବା ବାଟରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ତାଙ୍କର ମୃତ୍ୟୁ ସମୟରେ ବଡ଼ ଭାଇ ସିଫାର ଅବସରପ୍ରାପ୍ତ ବୈଜ୍ଞାନିକ ଡ଼କ୍ଟର ଅମରେନ୍ଦ୍ରନାଥ ମହାନ୍ତି, ଜିତେନ୍ଦ୍ରନାଥ ମହାନ୍ତି, ସାନଭାଇ ନଗେନ୍ଦ୍ରନାଥ ମହାନ୍ତି , ଝିଅ , ଜ୍ୱାଇଁ, ପରିବାର ର ସମସ୍ତ ଙ୍କ ସହିତ ପଡ଼ୋସୀ ମାନେ ଉପସ୍ଥିତ ଥିଲେ । ଦେବେନ୍ଦ୍ର ତେଣ୍ଡାକୁଡ଼ା ପଂଚାୟତରେ ଜଣେ ଜଣା ଶୁଣା ସମାଜସେବୀ । ସେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କର ଜଣେ ଘନିଷ୍ଠ ସହଯୋଗୀ ଥିଲେ । ଦେବେନ୍ଦ୍ର ଙ୍କ ଏପରି ଆକସ୍ମିକ ବିୟୋଗ ଖବର ପାଇ ବିଜୟ ମହାପାତ୍ର, ବିଜେପି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ବିଷ୍ଣୁ ଦାସ , ରାଜ୍ୟ ଖଦି ବୋର୍ଡ଼ର ପୂର୍ବତନ ସଭାପତି ତେଜେଶ୍ୱର ପରିଡ଼ା ,କେନ୍ଦ୍ରାପଡ଼ା ଜିଲା ଯୁବ ବିଜେଡ଼ି ସଭାପତି ରାଜେସ ଦାସ, ପ୍ରଫେସର ଡ଼କ୍ଟର ସରୋଜ କୁମାର ମହାନ୍ତି ଗଭୀର ଶୋକ ପ୍ରକାଶ କରିଥିଲେ । ବରିଷ୍ଠ ସାମ୍ବାଦିକ ଦୀପ୍ତିରଂଜନ କାନୁନଗୋ,ଗରଦପୁର ବ୍ଲକ୍ ର ପୂର୍ବତନ ଅଧ୍ୟକ୍ଷ ବାସୁଦେବ ବେହେରା, ତେଣ୍ଡାକୁଡ଼ାର ପୂର୍ବତନ ସରପଂଚ ରବିନ୍ଦ୍ରନାଥ ମହାନ୍ତି, ପୂର୍ବତନ ସରପଂଚ ରବିନ୍ଦ୍ର ମହାପାତ୍ର, ମଣିଜଙ୍ଗ ପଂଚାୟତର ପୂର୍ବତନ ସରପଂଚ କୈଳାଶ ଚନ୍ଦ୍ର ସାହୁ, ମହମ୍ମଦପୁର ର ପୂର୍ବତନ ସରପଂଚ ସାରଦା ପ୍ରସାଦ ନାୟକ, ମଣିଜଙ୍ଗ ସରପଂଚ ଙ୍କ ପ୍ରତିନିଧି ସର୍ବେଶ୍ୱର ନାୟକ, ମିର ଗୋଲାମ ଜିଲାନୀ. ଡ଼କ୍ଟର ହଲିମ୍ ,ଆଡ଼ଭୋକେଟ ହୃଦୟନିଧି ମହାନ୍ତି , ଅଧ୍ୟାପକ ରାଧିକା ରଂଜନ କାନୁନଗୋ,ସୁଜିତ କାନୁନଗୋ,ମିର ଗୋଲାମ ହୋସେନ୍ , ସମିର କୁମାର ମହାନ୍ତି,ପୂର୍ବତନ ସମିତି ସଭ୍ୟ ସରୋଜ କୁମାର ବେଉରା, ବିଜେପି ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ମାନସ ମହାନ୍ତି, ଅମିୟ ପରିଜା, ମାନସ କୁମାର ରାଉତ, ପ୍ରତାପ ପାଣି, ପ୍ରଫୁଲ ସିଂ, ପ୍ରତାପ ମହାନ୍ତି, ସୁକାନ୍ତ କୁମାର ନାୟକ, ପ୍ରକାଶ ଚନ୍ଦ୍ର ଦାଶ, ଲକ୍ଷ୍ମୀକାନ୍ତ ଦାଶ, ବାନାମ୍ବର ଦାଶ, କିଶୋର ସୂତାର, ଗୋଲକ କାନୁନଗୋ, ଅଜିତ କାନୁନଗୋ ଙ୍କ ସମେତ ଅଂଚଳର ଶହ ଶହ ହିନ୍ଦୁ ମୁସଲମାନ ଶ୍ରଦ୍ଧାଳୁମାନେ ପହଂଚି ଶେଷ ଦର୍ଶନ କରିବା ସହିତ ଶ୍ରଦ୍ଧାଂଜଳୀ ଜଣାଇଥିଲେ । ଗ୍ରାମ ସ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ତାଙ୍କର ଏକମାତ୍ର ପୁତ୍ର ଦିନେଶ ମହାନ୍ତି ମୁଖାଗ୍ନୀ ଦେଇଥିଲେ । ଦେବେନ୍ଦ୍ର ଙ୍କ ଏଭଳି ଆକସ୍ମିକ ଅକାଳ ବିୟୋଗରେ ଅଂଚଳରେ ଶୋକ ପ୍ରକାଶ ପାଇଛି ।ଓଡ଼ିଶା ସମାଚାର
