ରଘୁନାଥପୁର,୨୮/୧/୨୦୨୨ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ ଅନ୍ତର୍ଗତ ଗୁଆଳିପୁର ପଂଚାୟତରେ ବିଜେଡି ସମର୍ଥିତ ସରପଂଚ ପ୍ରାର୍ଥୀ ମନୋଜୀନି ସାହୁ ଆଜି ଗୁଆଳିପୁର ପଂଚାୟତର ପାଟେଣି ଗାଁ ଓ ଅନ୍ୟାନ୍ୟ ୱାର୍ଡକୁ ଯାଇ ଘର ଘର ବୁଲି ଲୋକମାନଙ୍କୁ ଭୋଟ ଭିକ୍ଷା କରିଥିଲେ । ତାଙ୍କ ସହିତ ଛବିଲତା ମହାନ୍ତି, ରଶ୍ମିତା ସାହୁ, ମିଲି ସାହୁ, ସୌମ୍ୟଜିତ୍ ମହାପାତ୍ର, କବିତା ସାହୁ, ଅମିତ ଭୋଇ, ଭାଗିରଥୀ ସାହୁ, ସୁକାନ୍ତ ପରିଡା, ସାଗର ସାହୁ, ଶିବଶଙ୍କର ମହାନ୍ତି ପ୍ରମୁଖ ତାଙ୍କ ସହିତ ଯାଇ ଗାଁ ଗାଁ ବୁଲି ଭୋଟ ପ୍ରଚାର କରିଥିଲେ । ଗୁଆଳିପୁର ପଂଚାୟତରେ ମନୋଜୀନି ସାହୁ ପ୍ରଥମଥର ପାଇଁ ନିର୍ବାଚନରେ ରଣାଙ୍ଗନ ହୋଇଛନ୍ତି । ଓଡ଼ିଶା ସମାଚାର
