କଟକ, ୨୮/୦୧/୨୦୨୨(ଓଡିଶା ସମାଚାର )- କଟକ ସଦର ୪୨ ମୌଜା ବ୍ରହ୍ମପୁର ସ୍ଥିତ ସତ୍ୟ ନାରାୟଣ ବିଦ୍ୟାମନ୍ଦିରର ୧୯୮୯ ମସିହା ବ୍ୟାଚ୍ ର ବନ୍ଧୁମିଳନ ପର୍ବ ଓ ଗଣତନ୍ତ୍ର ଦିବସ ସ୍ଥାନୀୟ ମା’ଭଗବତୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି । ଦୁର୍ଭାଗ୍ୟକୁ ଏହି ପର୍ବରେ ଯୋଗଦେବାକୁ ଥିବା ବ୍ରହ୍ମପୁର ଗାଁର ଅନ୍ୟତମ ବନ୍ଧୁ ରବିନ୍ଦ୍ର ପାଣି(୪୭)ଙ୍କର ପୂର୍ବ ରାତିରେ ଅକାଳ ମୃତ୍ୟୁ ହୋଇଯାଇଥିବା ହେତୁ,ସେଠାରେ ସର୍ବ ପ୍ରଥମେ ଦିବଂଗତ ଆତ୍ମାର ସଦଗତି ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା।କୋରୋନା ନିୟମ ଅନୁପାଳନ ପୂର୍ବକ ସମସ୍ତ ବନ୍ଧୁ ବାନ୍ଧବୀମାନେ ଆଗାମୀ ଦିନରେ ମା’ଭଗବତୀ ଉପବନରେ ଅଧିକ ବୃକ୍ଷ ରୋପଣ କରିବା ପାଇଁ ଏକ ଆଲୋଚନାଚକ୍ରରେ ନିଷ୍ପତ୍ତି ନେଇଥିଲେ। ଏହି ପର୍ବରେ ମାନସ ରଥ,ନିରଞ୍ଜନ ଆଚାର୍ଯ୍ୟ,କିରଣ ପାଣି, ବରୁଣ ପାଣି,ଗଣେଶ ପଣ୍ଡା,ମାନେଶ ପଣ୍ଡା,ଶରତ ଭୋଇ,ବୈଷ୍ଣବ ଭୋଇ,ଦୀପକ ବାରିକ,ଜନାର୍ଦ୍ଦନ ସାହୁ,ନମିତା ପଣ୍ଡା ,ରାଜଲକ୍ଷ୍ମୀ ପଣ୍ଡା ,ମମତା ଆଚାର୍ଯ୍ୟ,ସରସ୍ଵତୀ ପାଣି,ସନ୍ଧ୍ୟାରଣି ପଣ୍ଡା,ଲୋଭାସିନି ସାହୁ,ମନ୍ଦାକିନୀ ପଣ୍ଡା(ଏ), ମନ୍ଦାକିନୀ ପଣ୍ଡା (ବି) ତେଜସ୍ଵିନି ପାଣି ପ୍ରମୁଖ ଯୋଗ ଦେଇଥିଲେ। ଓଡିଶା ସମାଚାର
