ରଘୁନାଥପୁର,୨୮/୧/୨୦୨୨ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଅନ୍ତର୍ଗତ ତଅଁରା ପଂଚାୟତର ଶାଳିଜଙ୍ଗାଠାରେ ଥିବା ଶିରିଡି ସାଇ ମନ୍ଦିରର ପଂଚମ ବାର୍ଷିକ ଉତ୍ସବ ଆଜି ଆରମ୍ଭ ହୋଇଛି । ଆଜି ପ୍ରତୁ୍ୟଷରୁ ମହିଳାମାନେ ଚିକିଣିଆ ନିକଟସ୍ଥ ହଂସୁଆ ନଦୀରୁ କଳସଯାତ୍ରାରେ ଆସି ଶିରିଡି ସାଇଙ୍କ ଠାରେ ଜଳାଭିଷେକ କରିଥିଲେ । ଏହି ଉତ୍ସବ ୩ଦିନ ବ୍ୟାପୀ ଅନୁଷ୍ଠିତ ହେବ । ଆଜି ଅଙ୍କୁରାରୋପଣ, କଳସଯାତ୍ରା, ଘଟସ୍ଥାପନ, ଯଜ୍ଞଆରମ୍ଭ, ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ମନ୍ଦିରର ଟ୍ରଷ୍ଟି ବିଜୟ କୁମାର ପାଲଟା ସିଂହ, ମନ୍ଦିର ପରିଚାଳନା କମିଟି ସମ୍ପାଦକ ଇଂ ବାବାଜୀ ଜେନା, ଟ୍ରଷ୍ଟି ଦିଲ୍ଲିପ୍ କୁମାର ରଥ, ଟ୍ରଷ୍ଟି ପ୍ରାର୍ଥସଖା ପାଲଟା ସିଂହ, ଟ୍ରଷ୍ଟି ବିଜୟ କୁମାର ସ୍ୱାଇଁ, ମାନସ କୁମାର ମହାପାତ୍ର, ରାଜକୁମାର ପାଲଟା ସିଂହ, ଦୋଳଗୋବିନ୍ଦ ମଲ୍ଲିକ, ପ୍ରଫୁଲ୍ଲ ମହାପାତ୍ର, ବଟକୃଷ୍ଣ ନାୟକ, ପ୍ରଭାକର ମହାପାତ୍ର, ପ୍ରକାଶ ଜେନା, ପଣ୍ଡିତ ବିଶ୍ୱଜିତ ଦାସ, ଚିନ୍ମୟୀ ମହାପାତ୍ର, ନଳିନୀପ୍ରଭା ପାଳ, ଶାନ୍ତିଲତା ଦ୍ୱିବେଦୀ, ସଚ୍ଚିକାନ୍ତ ରାଉତ, ବିଜୟ କୁମାର ରାଉତ, ପ୍ରଶାନ୍ତ ତ୍ରିପାଠୀ, ପ୍ରଦ୍ୟୁମ୍ନ ନନ୍ଦ, ଗଙ୍ଗାଧର ଜେନା, ଏସ୍.ଏନ୍. କଲେଜର ପୂର୍ବତନ ଅଧ୍ୟକ୍ଷ ଅଜୟ କୁମାର ଦାସ ପ୍ରମୁଖ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର
