Wednesday , May 18 2022
Breaking News
Home / ବିଶେଷ / ଲାଲା ଲଜପତ ରାୟଙ୍କ ଆଦର୍ଶରେ ଯୁବ ସମାଜ ଅନୁପ୍ରାଣିତ ହେଲେ ଭାରତ ବିଶ୍ୱରେ ଶେଷ୍ଠ୍ର ରାଷ୍ଟ୍ରରେ ପରିଣତ ହୋଇ ପାରିବ

ଲାଲା ଲଜପତ ରାୟଙ୍କ ଆଦର୍ଶରେ ଯୁବ ସମାଜ ଅନୁପ୍ରାଣିତ ହେଲେ ଭାରତ ବିଶ୍ୱରେ ଶେଷ୍ଠ୍ର ରାଷ୍ଟ୍ରରେ ପରିଣତ ହୋଇ ପାରିବ

ରଘୁନାଥପୁର,୨୮/୧/୨୦୨୨ (ଓଡ଼ିଶା ସମାଚାର)- ଲୋକସେବକ ମଣ୍ଡଳ ପ୍ରତିଷ୍ଠାତା ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ପଞ୍ଜାବ କେଶରୀ ଲାଲା ଲଜପତ ରାୟଙ୍କ ଆଦର୍ଶରେ ଯୁବ ସମାଜ ଅନୁପ୍ରାଣିତ ହେଲେ ଭାରତବର୍ଷ ବିଶ୍ୱରେ ଶ୍ରେଷ୍ଠ ରାଷ୍ଟ୍ରରେ ପରିଣତ ହୋଇ ପାରିବ ବୋଲି ଜାତୀୟ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଆଗାମୀ ଓଡିଶା ପକ୍ଷରୁ ଆଜି ଜଗତ୍ସିଂହପୁର ଜିଲ୍ଲାର ରଘୁନାଥପୁର ବ୍ଲକ ଅନ୍ତର୍ଗତ ଶାଳିଜଙ୍ଗା ଠାରେ ଆଜି ଅନୁଷ୍ଠିତ ଲାଲା ଲଜପତ ରାୟଙ୍କ ୧୫୭ ତମ ଜୟନ୍ତୀ ଦିବସ ଉପଲକ୍ଷେ ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଅଗ୍ନିଶମ ଅଧିକାରୀ ଶିକ୍ଷାବିତ ଘନଶ୍ୟାମ ସ୍ୱାଇଁ ଯୋଗଦେଇ ଏହା କହିଥିଲେ । ଏଥିରେ ଆଗାମୀ ଓଡିଶା ପୂର୍ବତନ ସଭାପତି ବିଜୟ କୁମାର ସ୍ୱାଇଁ ପୌରହିତ୍ୟ କରି ଲାଲା ଲଜପତ୍ ରାୟ ଦେଶକୁ ସ୍ୱାଧୀନ କରିବା ପାଇଁ ଇଂରେଜ ମାନଙ୍କ ବିରୁଦ୍ଧରେ ସଂଗ୍ରାମ କରିବା ସହିତ ଲାହୋରଠାରେ ସାଇମନ କମିଶନ ବିରୁଦ୍ଧରେ ବିଶାଳ ଜନତାର ନେତୃତ୍ୱ ନେବା ସମୟରେ ଇଂରେଜ ପୋଲିସ୍ ଙ୍କର ଲାଠି ମାଡରେ ଦେହତ୍ୟାଗ କରିଥିଲେ ଏବଂ ମହାରାଜା ରଞ୍ଜିତ ସିଂହ ତାଙ୍କୁ ପଞ୍ଜାବି କେଶରୀ ସମ୍ମାନରେ ଆକ୍ଷାଦିତ କରିଥିଲେ । ଏଥିରେ ସମାଜସେବୀ ପାର୍ଥସଖା ପାଲଟା ସିଂହ ଲାଲା ଲଜପତ ରାୟ ଲୋକସେବକ ମଣ୍ଡଳ ପ୍ରତିଷ୍ଠା କରି ଦେଶର ଏହି ଅନୁଷ୍ଠାନ ମାଧ୍ୟମରେ ବହୁ ଉନ୍ନୟନ କାର୍ଯ୍ୟ ହାତକୁ ନେଇଥିଲେ ବୋଲି କହିଥିଲେ । ଏଥିରେ ଜିଲ୍ଲା କୃଷକ ସଂଗଠନର ଉପସଭାପତି ଦିଲ୍ଲୀପ କୁମାର ରଥ ମୁଖ୍ୟ ବକ୍ତାଭାବେ ଯୋଗଦେଇ ଲାଲା ଲଜପତ ରାୟ ମହାନ ଦେଶଭକ୍ତ, ପ୍ରଖ୍ୟାତ ସ୍ୱାଧିନତା ସଂଗ୍ରାମୀ ଏବଂ ଲୋକ ସେବକ ମଣ୍ଡଳର ପ୍ରତିଷ୍ଠାତା ଥିଲେ । ଏଥିରେ ଜିଲ୍ଲା କୃଷକ ସଂଗଠନର ସମ୍ପାଦକ ଇଂ ବାବାଜୀ ଜେନା, ଏସ୍.ଏ.ଏନ୍, କଲେଜ ପୂର୍ବତନ ଅଧ୍ୟକ୍ଷ ଅଜୟକୁମାର ଦାସ, ଶିକ୍ଷାବିତ୍ ପ୍ରାଣକୃଣ୍ଣ ନାୟକ, ସମାଜସେବୀ ବିଜନ ମହାପାତ୍ର, ପ୍ରଫୁଲ୍ଲ ମହାପାତ୍ର, ବିଜୟ କୁମାର ରାଉତ, ଦ୍ୱିଜବର ମଲ୍ଲିକ, ରବିନ୍ଦ୍ର ନାଥ ସ୍ୱାଇଁ, ପ୍ରଭାକର ମହାପାତ୍ର, ଶାନ୍ତିଲତା ଦ୍ୱିବେଦୀ, ଚିନ୍ମୟୀ ମହାପାତ୍ର, ସଚ୍ଚିକାନ୍ତ ମହାପାତ୍ର ପ୍ରମୁଖ ଯୋଗଦେଇ ଲାଲାଜୀ ଦେଶରେ ଅନାଥ ସେବା ଓ ସ୍ୱରାଜ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ବୋଲି କହିଥିଲେ । ଓଡ଼ିଶା ସମାଚାର

About admin

Check Also

ବାଲ୍ୟ ବିବାହ ରୋକିବା ପାଇଁ ଶପଥ ପାଠ

ବାଲେଶ୍ୱର, ୧୮/୦୫/୨୦୨୨( ଓଡ଼ିଶା ସମାଚାର )- ବାଲ୍ୟ ବିବାହ ରୋକିବା ପାଇଁ ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନ ବିଭିନ୍ନ ପଦକ୍ଷେପ …

Leave a Reply

Your email address will not be published. Required fields are marked *