କଟକ, ୨୮/୦୧/୨୦୨୨(ଓଡିଶା ସମାଚାର )- ଆସନ୍ତା ତ୍ରସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀ ମାନଙ୍କର ନାମାଙ୍କନ ପତ୍ର ଦାଖଲ ହେଉଥିବା ବେଳେ କଟକ ସଦର ବ୍ଲକ ଅନ୍ତର୍ଗତ ଆୟତପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ଯୁବ ସମାଜସେବୀ ତଥା ଦକ୍ଷ ସଂଗଠକ ରାକେଶ ବେହେରା (ମୁନା) ତାଙ୍କ ସମର୍ଥକ, ଗୁରୁଜନ, ଶୁଭେଛୁ ମାନଙ୍କ ଉପସ୍ଥିତିରେ ପ୍ରାର୍ଥୀପତ୍ର ଦାଖଲ କହିଛନ୍ତି। ଜନସାଧାରଣଙ୍କ ଶ୍ରୀଯୁକ୍ତ ବେହେରାଙ୍କ ପ୍ରତି ଆସ୍ଥା,ସ୍ନେହ, ଶ୍ରଦ୍ଧା ଓ ଲୋକପ୍ରିୟତାକୁ ପାଥେୟ କରି ସେ ନିର୍ବାଚନ ରଣାଙ୍ଗଣରେ ଅବତୀର୍ଣ୍ଣ ହୋଇଛନ୍ତି ଏବଂ ଅଞ୍ଚଳର ବିକାଶ,ଜନତାଙ୍କ ସେବାରେ ନିଜକୁ ନିୟୋଜିତ କରିବାକୁ ଦୃଢ଼ ସଂକଳ୍ପ ରଖିଛନ୍ତି । ଓଡ଼ିଶା ସମାଚାର
