Wednesday , May 18 2022
Breaking News
Home / ବିଶେଷ / ଜୁନାଗଡ଼ ପୋଲିସ ଦ୍ଵାରା ବିପୁଳ ପରିମାଣର ଗଞ୍ଜେଇ ଜବତ

ଜୁନାଗଡ଼ ପୋଲିସ ଦ୍ଵାରା ବିପୁଳ ପରିମାଣର ଗଞ୍ଜେଇ ଜବତ

ଜୁନାଗଡ଼, ୨୮/୧/୨୦୨୨ (ଓଡ଼ିଶା ସମାଚାର/ରାକେଶ ବେମାଲ ) : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ପୋଲିସ ଦ୍ୱାରା ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି ।  ବୁଧବାର ଭୋର ରୁ ଜୁନାଗଡ଼ ପୋଲିସ କୌଣସି ସୂତ୍ରରୁ ଖବର ପାଇ ଏକ ଯାତ୍ରୀ ବିହୀନ ବସ କୁ ଅଟକାଇ ପଚରା ଉଚରା କରିଥିଲେ ।  ପରେ ବସ କୁ ଥାନା କୁ ଆଣି ଯାଞ୍ଚ କରାଯିବା ସମୟରେ ବସ ର ପଛ ଡିଜି ରେ ବିପୁଲ ପରିମାଣ ର ଗଞ୍ଜେଇ ଥିବା ଦେଖିବାକୁ ମିଳିଥିଲା ।  ବସ ନଂ ୟୁ ପି୭୦ ଏଫ ଟି୩୯୬୯ ଥିବା ବେଳେ ବସ ଟି ମାଲକାନଗିରି ରୁ ଉତ୍ତର ପ୍ରଦେଶ ଯାଉଥିବା ଜଣାଯାଇଛି  । ଅନ୍ୟ ପକ୍ଷରେ ବସ ଡ୍ରାଇଭର ଅର୍ଜ୍ଜୁନ ବଗର୍ତ୍ତି ଓ ହେଲପର ନକୁଳ ପ୍ରଧାନ ବଲାଙ୍ଗିର  ଜିଲ୍ଲା ର ବୋଲି ଜଣାପଡିଛି ।  ଏ ସଂକ୍ରାନ୍ତରେ ପୋଲିସ ୨ ଜଣ କୁ ଗିରଫ କରି କୋର୍ଟ ଚାଲାଣ  କରିଥିବା ଜଣା ଯାଇଛି ।  ଘଟଣା ସ୍ଥଳରେ ଧର୍ମଗଡ ଏସ ଡି ପି ଓ ଧୀରଜ କୁମାର ଚୋପଦlର ,ଜୁନାଗଡ଼ ଥାନା ଅଧିକାରୀ ଉତ୍ତମ କୁମାର ସାହୁ ଉପସ୍ଥିତ ରହି ତଦନ୍ତ ଆରମ୍ଭ କରିଥିଲେ ।  ଚୋରା ଚାଲାଣ ହେଉଥିବା ଗଞ୍ଜେଇ  ୮କୁଇଣ୍ଟାଲ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୨୪ ଲକ୍ଷ ବୋଲି ପୋଲିସ ଦ୍ୱାରା ପ୍ରକାଶ ।  ଏଥି ସହ୩ ଗୋଟି ମୋବାଇଲ, ଗୋଟିଏ  ଲାଇଟର ଏବଂ ୧୧,୧୯୦ ଟଙ୍କା ପୋଲିସ ଦ୍ଵାରା ଜବତ ହୋଇଛି  । ଓଡ଼ିଶା ସମାଚାର

About admin

Check Also

ଭାଗବତ ଟୁଙ୍ଗି ରେ ଭଗବତ ଆଲୋଚନା ଓ ଭଜନ ସନ୍ଧ୍ୟା

 ନିଶ୍ଚିନ୍ତକୋଇଲି, ୧୮/୦୫/୨୦୨୨(ଓଡିଶା ସମାଚାର/ ଅଭୟ ଜେନା)- ନିଶ୍ଚିନ୍ତକୋଇଲି ବ୍ଲକ କଳମିଶ୍ରି ପଞ୍ଚାୟତ ଦାମୋଦରପୁର ଠାରେ ସ୍ଥାପିତ ଭାଗବତ ଟୁଙ୍ଗି ପରିସରରେ …

Leave a Reply

Your email address will not be published. Required fields are marked *