Wednesday , May 18 2022
Breaking News
Home / ନିର୍ବାଚନ / ଗରଦପୁର ବ୍ଲକ୍ ର ୧୭ ୱାର୍ଡ଼ ସଭ୍ୟ ପାଇଁ ପୁନର୍ବାର ନାମାଙ୍କନ ଦାଖଲ ହେବ

ଗରଦପୁର ବ୍ଲକ୍ ର ୧୭ ୱାର୍ଡ଼ ସଭ୍ୟ ପାଇଁ ପୁନର୍ବାର ନାମାଙ୍କନ ଦାଖଲ ହେବ

ଗରଦପୁର, ୨୮/୧/୨୦୨୨ (ଓଡ଼ିଶା ସମାଚାର)- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି ।  ଗରଦପୁର  ବ୍ଲକ୍ ର ୧୭ ଟି ୱାର୍ଡ଼ ସଭ୍ୟ ପଦବୀ ପାଇଁ ପୁନର୍ବାର ନାମାଙ୍କନ ପତ୍ର ଦାଖଲ କରାଯିବ । ବଡ଼ ବେତ୍ରା ପଂଚାୟତ ୱାର୍ଡ଼ ୬, ବଙ୍ଗାଳପୁର ପଂଚାୟତ ୱାର୍ଡ଼ ନଂ ୧୪, ବନ୍ତଳା ପଂଚାୟତ ୱାର୍ଡ଼ ନଂ ୭ ଓ ୮, ଭଗବାନପୁର ପଂଚାୟତ ୱାର୍ଡ଼ ନଂ ୨, ଗରଦପୁର ପଂଚାୟତ ୱାର୍ଡ଼ ନଂ ୧୦, କଳାବୁଦା ପଂଚାୟତ ୱାର୍ଡ଼ ନଂ ୫, ମଧୁଶାସନ ପଂଚାୟତ ୱାର୍ଡ଼ ନଂ ୧୦, ନଡ଼ିଆ ବରେଇ ପଂଚାୟତ ୱାର୍ଡ଼ ନଂ ୬ ଓ ୭, ପାଖଡ଼ ପଂଚାୟତ ୱାର୍ଡ଼ ନଂ ୧୩, ତିକନପୁର ପଂଚାୟତ ୱାର୍ଡ଼ ନଂ ୪, ପାଟକୁରା ପଂଚାୟତ ୱାର୍ଡ଼ ନଂ ୧୩ ଓ ତେଣ୍ଡାକୁଡ଼ା ପଂଚାୟତ ୱାର୍ଡ଼ ନଂ ୧ ଓ ୨୦ ରେ କେହି ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି । ସେହିପରି ବେଡ଼ାରୀ ପଂଚାୟତ ୮ ନମ୍ବର ୱାର୍ଡ଼ ଓ ସାନ ଅଢ଼ଙ୍ଗା ପଂଚାୟତର ୭ ନମ୍ବର ୱାର୍ଡ଼ ରେ ଥିବା ନାମାଙ୍କନ ପତ୍ର ଗୁଡ଼ିକରେ ତୃଟି ଥିବାରୁ ତାହା ନାକଚ ହୋଇ ଯାଇଛି । ତେଣୁ ଏହି ସମସ୍ତ ୱାର୍ଡ଼ ରେ ପୁନର୍ବାର ନାମାଙ୍କନ ପତ୍ର ଦାଖଲ କରାଯିବ ବୋଲି ବ୍ଲକ୍ ନିର୍ବାଚନ ଅଧିକାରୀ ରଂଜିତ କୁମାର ମଲିକ୍ ସୂଚନା ଦେଇଛନ୍ତି । ଆସନ୍ତା ୨୯, ୩୦ ଓ ୩୧ ତାରିଖ ଦିନ ୧୧ ଟାରୁ ୩ ଟା ମଧ୍ୟରେ ସମ୍ପୃକ୍ତ ପଂଚାୟତ କାର୍ଯ୍ୟାଳୟରେ ଇଛୁକ ପ୍ରାର୍ଥିମାନେ ନାମାଙ୍କନ ଦାଖଲ କରିପାରିବେ ।  ଓଡ଼ିଶା ସମାଚାର

About admin

Check Also

ଭାଗବତ ଟୁଙ୍ଗି ରେ ଭଗବତ ଆଲୋଚନା ଓ ଭଜନ ସନ୍ଧ୍ୟା

 ନିଶ୍ଚିନ୍ତକୋଇଲି, ୧୮/୦୫/୨୦୨୨(ଓଡିଶା ସମାଚାର/ ଅଭୟ ଜେନା)- ନିଶ୍ଚିନ୍ତକୋଇଲି ବ୍ଲକ କଳମିଶ୍ରି ପଞ୍ଚାୟତ ଦାମୋଦରପୁର ଠାରେ ସ୍ଥାପିତ ଭାଗବତ ଟୁଙ୍ଗି ପରିସରରେ …

Leave a Reply

Your email address will not be published. Required fields are marked *