ଭୁବନେଶ୍ୱର,୨୮/୧/୨୦୨୨ (ଓଡ଼ିଶା ସମାଚାର)- ରାଜଧାନୀ ଭୁବନେଶ୍ବର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶୈଳଶ୍ରୀବିହାର ଅଞ୍ଚଳରେ ଛୁରାମାଡ଼ ହୋଇଛି। ଛୁରାମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ଯୁବକଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆକ୍ରମଣ କରିଥିବା ଅଭିଯୁକ୍ତ ଯୁବକକୁ ପୁଲିସ ଥାନାରେ ଅଟକ ରଖି ପଚରାଉଚୁରା ଜାରି ରଖିଛି। ଛୁରାମାଡ଼ରେ ଆହତ ଓ ଅଭିଯୁକ୍ତ ଯୁବକ ଉଭୟ ଇଞ୍ଜିନିୟରିଂ ଛାତ୍ର ବୋଲି ଜଣାପଡ଼ିଛି। ତ୍ରିକୋଣୀୟ ପ୍ରେମ ବ୍ୟାପାରକୁ ନେଇ ଛୁରାମାଡ ହୋଇଥିବା ସୂଚନା ମିଳିଛି। ଜଣେ ଯୁବତୀଙ୍କୁ ଦୁଇ ଜଣ ଯୁବକ ଭଲ ପାଉଥିଲେ। ଏହାକୁ ନେଇ ଛୁରାମାଡ ହୋଇଥିବା କୁହାଯାଉଛି। ଘଟଣା ଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଆହତ ଯୁବକ ଙ୍କ ନାମ ପ୍ରିୟରଂଜନ ଓ ଅଭିଯୁକ୍ତ ଯୁବକଙ୍କ ନାମ ଗୌରୀଶଙ୍କର । ପୁଲିସ ଘଟଣାସ୍ଥଳରୁ ଏକ ଛୁରୀ ଜବତ କରିଛି । ଓଡ଼ିଶା ସମାଚାର
