Wednesday , May 18 2022
Breaking News
Home / ସ୍ୱାସ୍ଥ୍ୟ / ଆଉ ୫୦୫୭ ଜଣ କରୋନା ସଂକ୍ରମିତ ଚିହ୍ନଟ, ୬୬୭ଜଣ ଶିଶୁ ସଂକ୍ରମିତ – ୧୦ ଜଣ ଙ୍କ ମୃତ୍ୟୁ

ଆଉ ୫୦୫୭ ଜଣ କରୋନା ସଂକ୍ରମିତ ଚିହ୍ନଟ, ୬୬୭ଜଣ ଶିଶୁ ସଂକ୍ରମିତ – ୧୦ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର, ୨୮/୧/୨୦୨୨ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ଆଉ ୫୦୫୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୯୩୨ ଜଣ କ୍ୱାରେଣ୍ଟାଇନ୍ ରୁ ରହିଥିବା ବେଳେ ୨୧୨୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୬୬୭ଜଣ ଶିଶୁ ରହିଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୧୦ଜଣ, ବାଲେଶ୍ୱର ଜିଲ୍ଲାରୁ ୨୦୨ଜଣ, ବରଗଡ଼ ଜିଲ୍ଲାରୁ ୮୫ଜଣ, ଭଦ୍ରକ ଜିଲ୍ଲାରୁ ୯୧ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୩୩ଜଣ, ବୌଦ୍ଧ ଜିଲ୍ଲାରୁ ୪୪ଜଣ, କଟକ ଜିଲ୍ଲାରୁ ୪୯୫ଜଣ, ଦେଓଗଡ଼ ଜିଲ୍ଲାରୁ ୫୧ଜଣ, ଢେଙ୍କାନାଳ ଜିଲ୍ଲାରୁ ୬୯ଜଣ, ଗଜପତି ଜିଲ୍ଲାରୁ ୬୮ଜଣ, ଗଞ୍ଜାମ ଜିଲ୍ଲାରୁ ୬୦ଜଣ, ଜଗତସିଂହପୁର ଜିଲ୍ଲାରୁ ୧୨୫ଜଣ, ଯାଜପୁର ଜିଲ୍ଲାରୁ ୧୨୮ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୫୦ଜଣ, କଳାହାଣ୍ଡି ଜିଲ୍ଲାରୁ ୧୪୦ଜଣ, କନ୍ଧମାଳ ଜିଲ୍ଲାରୁ ୮୪ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୩୪ଜଣ, କେନ୍ଦୁଝର ଜିଲ୍ଲାରୁ ୪୯ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୧୧୧ଜଣ, କୋରାପୁଟ ଜିଲ୍ଲାରୁ ୭୬ଜଣ, ମାଲକାନଗିରି ଜିଲ୍ଲାରୁ ୫୮ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୩୫ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୩୬ଜଣ, ନୟାଗଡ଼ ଜିଲ୍ଲାରୁ ୨୧୭ଜଣ, ନୂଆପଡ଼ା ଜିଲ୍ଲାରୁ ୧୯୦ଜଣ, ପୁରୀ ଜିଲ୍ଲାରୁ ୯୪ଜଣ, ରାୟଗଡ଼ା ଜିଲ୍ଲାରୁ ୮୫ଜଣ, ସମ୍ବଲପୁର ଜିଲ୍ଲାରୁ ୧୭୯ଜଣ, ସୋନପୁର ଜିଲ୍ଲାରୁ ୧୦୪ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୪୨୯ଜଣ, ଷ୍ଟେଟ ପୁଲ୍ ରୁ ୨୨୫ଜଣ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୩୬୨୨୬ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।

ଅନ୍ୟ ପକ୍ଷରେ ଗତ ୨୪ ଘଂଟା ମଧ୍ୟରେ ଆଉ ୧୦ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ୨ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବା ବେଳେ ରାୟଗଡ଼ା, ପୁରୀ, ମୟୁରଭଞ୍ଜ, ଯାଜପୁର, ଜଗତସିଂହପୁର, ଢେଙ୍କାନାଳ, କଟକ, ଭଦ୍ରକ ଜିଲ୍ଲାରୁ ଜଣେ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୩୬୨୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୧୬୩୩୯୬ଜଣ ସୁସ୍ଥ ହୋଇଛନ୍ତି । କରୋନାଜନିତ ମୃତ୍ୟୁ ସଂଖ୍ୟା ୮୫୬୦ ରେ ପହଂଚିଥିବାବେଳେ ୫୩ ଜଣ କରୋନା ସଂକ୍ରମିତ ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଚନ୍ତି । ଆଉ ୬୪୨୧୭ଜଣ ସକ୍ରୀୟ ସଂକ୍ରିତ ଚିକିତ୍ସାଧିନ ଅଛନ୍ତି । ଗତକାଲି ସୁଦ୍ଧା ରାଜ୍ୟରେ ୨୭୪୪୩୭୫୯ ସାମ୍ପୁଲ ଟେଷ୍ଟ୍ ହୋଇଛି । ଓଡ଼ିଶା ସମାଚାର

About admin

Check Also

୪ ଶିଶୁ ଙ୍କ ସମେତ ୧୪ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର , ୧୫/୦୫/୨୦୨୨( ଓଡ଼ିଶା ସମାଚାର )-ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୧୪ ଜଣ କରୋନା ସଂକ୍ରମିତ …

Leave a Reply

Your email address will not be published. Required fields are marked *