Wednesday , May 18 2022
Breaking News
Home / ସ୍ୱାସ୍ଥ୍ୟ / ୭୪୨୬ ଜଣ କରୋନା ସଂକ୍ରମିତ ଚିହ୍ନଟ, ୭୩୯ଜଣ ଶିଶୁ ସଂକ୍ରମିତ- ୮ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ

୭୪୨୬ ଜଣ କରୋନା ସଂକ୍ରମିତ ଚିହ୍ନଟ, ୭୩୯ଜଣ ଶିଶୁ ସଂକ୍ରମିତ- ୮ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ

ଭୁବନେଶ୍ୱର, ୨୭/୧/୨୦୨୨ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ଆଉ ୭୪୨୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୪୧୯ ଜଣ କ୍ୱାରେଣ୍ଟାଇନ୍ ରୁ ଚିହ୍ନଟ ହୋଇଥିବା ବେଳେ ୨୪୮୨ ଜଣ ସ୍ଥାନୀୟ ସଂକ୍ରମିତ । ସେହିପରି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୭୩୯ଜଣ ଶିଶୁ ରହିଛନ୍ତି ।ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୯୩ଜଣ, ବାଲେଶ୍ୱର ଜିଲ୍ଲାରୁ ୩୦୦ଜଣ, ବରଗଡ଼ ଜିଲ୍ଲାରୁ ୧୦୨ଜଣ, ଭଦ୍ରକ ଜିଲ୍ଲାରୁ ୯୬ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୮୪ଜଣ, ବୌଦ୍ଧ ଜିଲ୍ଲାରୁ ୭୮ଜଣ, କଟକ ଜିଲ୍ଲାରୁ ୪୦୨ଜଣ, ଦେଓଗଡ଼ ଜିଲ୍ଲାରୁ ୮୯ଜଣ, ଢେଙ୍କାନାଳ ଜିଲ୍ଲାରୁ ୭୩ଜଣ, ଗଜପତି ଜିଲ୍ଲାରୁ ୬୯ଜଣ, ଗଞ୍ଜାମ ଜିଲ୍ଲାରୁ ୯୫ଜଣ, ଜଗତସିଂହପୁର ଜିଲ୍ଲାରୁ ୮୨ଜଣ, ଯାଜପୁର ଜିଲ୍ଲାରୁ ୧୯୧ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୬୩ଜଣ, କଳାହାଣ୍ଡି ଜିଲ୍ଲାରୁ ୧୬୮ଜଣ, କନ୍ଧମାଳ ଜିଲ୍ଲାରୁ ୮୬ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୪୪ଜଣ, କେନ୍ଦୁଝର ଜିଲ୍ଲାରୁ ୧୨୮ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୪୩୦ଜଣ, କୋରାପୁଟ ଜିଲ୍ଲାରୁ ୬୪ଜଣ, ମାଲକାନଗିରି ଜିଲ୍ଲାରୁ ୫୫ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୪୯ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୧୩ଜଣ, ନୟାଗଡ଼ ଜିଲ୍ଲାରୁ ୧୮୦ଜଣ, ନୂଆପଡ଼ା ଜିଲ୍ଲାରୁ ୧୮୯ଜଣ, ପୁରୀ ଜିଲ୍ଲାରୁ ୧୧୭ଜଣ, ରାୟଗଡ଼ା ଜିଲ୍ଲାରୁ ୧୦୧ଜଣ, ସମ୍ବଲପୁର ଜିଲ୍ଲାରୁ ୧୩୮ଜଣ, ସୋନପୁର ଜିଲ୍ଲାରୁ ୮୬ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୫୪୫ଜଣ, ଷ୍ଟେଟ ପୁଲ୍ ରୁ ୨୯୧ଜଣ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୩୧୧୬୯ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟର ଯୋଗେ ସୂଚନା ଦିଆଯାଇଛି ।

ଅନ୍ୟ ପକ୍ଷରେ ଗତ ୨୪ ଘଂଟା ମଧ୍ୟରେ ଓଡ଼ିଶା ରେ ଆଉ ୮ ଜଣ କରୋନା ସଂକ୍ରମିତଙ୍କର କରୋନାରେ ମୃତ୍ୟୁ ହୋଇଛି । ସୁନ୍ଦରଗଡ଼ ଜିଲ୍ଲାରୁ ୩ଜଣ ରହିଥିବା ବେଳେ ବାଲେଶ୍ୱର, ଖୋର୍ଦ୍ଧା, କେନ୍ଦୁଝର, କୋରାପୁଟ, ରାୟଗଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୩୧୧୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୧୫୨୨୩୯ଜଣ ସୁସ୍ଥ ହୋଇଛନ୍ତି । କରୋନାଜନିତ ମୃତ୍ୟୁ ସଂଖ୍ୟା ୮୫୫୦ ରେ ପହଂଚିଥିବାବେଳେ ଆଉ ୭୦୩୨୭ ଜଣ ସକ୍ରୀୟ ସଂକ୍ରମିତ ଚିକିତ୍ସାଧିନ ରହଛନ୍ତି । ଗତକାଲିସୁଦ୍ଧା ରାଜ୍ୟରେ ୨୭୩୮୨୧୨୪ ସାମ୍ପୁଲ ଟେଷ୍ଟ୍ ହୋଇଛି । ଓଡ଼ିଶା ସମାଚାର

About admin

Check Also

୪ ଶିଶୁ ଙ୍କ ସମେତ ୧୪ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର , ୧୫/୦୫/୨୦୨୨( ଓଡ଼ିଶା ସମାଚାର )-ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୧୪ ଜଣ କରୋନା ସଂକ୍ରମିତ …

Leave a Reply

Your email address will not be published. Required fields are marked *