ନିଶ୍ଚିନ୍ତକୋଇଲି, ୨୭/୧/୨୦୨୨ (ଓଡ଼ିଶା ସମାଚାର)- କଟକ ସଦର ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ୍ ୨୮ ନମ୍ବର ଜୋନ୍ ଅନ୍ତର୍ଗତ ମହମ୍ମଦପୁର ସରପଂଚ ସରୋଜ କୁମାର ବେହେରାଙ୍କ ବାସ ଭବନ ପ୍ରାଙ୍ଗଣରେ ବିଜୁ ଜନତା ଦଳର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ନରେନ୍ଦ୍ର କୁମାର ବାରିକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କର୍ମୀ ସମ୍ମିଳନୀରେ ବିଧାୟକ ଚନ୍ଦ୍ର ସାରଥି ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଜୋନ୍ ଅନ୍ତର୍ଗତ ଉତରକୂଳ,ବାବୁଜଙ୍ଗ, ମଣିଜଙ୍ଗ, ମହମ୍ମଦପୁର, ସିର୍ଲୋ, ମାଣପୁର , ଇସାଣି ବ୍ରହ୍ମପୁର ପଂଚାୟତର ଦଳିୟ ସମର୍ଥିତ ସରପଂଚ ଓ ସମିତି ସଭ୍ୟ ପ୍ରାର୍ଥି ଙ୍କୁ ବହୁ ଭୋଟ ବ୍ୟବଧାନରେ ଜିତାଇବା ସହିତ ଦଳିୟ ଜିଲା ପରିଷଦ ପ୍ରାର୍ଥି ଶୁଭଶ୍ରୀ ମହାନ୍ତି ଙ୍କୁ ଜିତାଇ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବାକୁ କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ । ଏଥି ସହିତ ଏହି ସାତ ଗୋଟି ପଂଚାୟତ ସର୍ବାଙ୍ଗୀନ ଉନ୍ନତି ସହିତ ଏ ଅଂଚଳର ବିଭିନ୍ନ ସମସ୍ୟା ଓ ଗରୀବ ଅସହାୟ ବ୍ୟକ୍ତି ବିଶେଷଙ୍କ ଅସୁବିଧା ସମୟରେ ସବୁବେଳେ ଛିଡ଼ା ହେବା ପାଇଁ ପ୍ରତିଶୃତି ରଖିଥିଲେ । ଏହି କର୍ମୀ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ୨୮ ନମ୍ବର ଜିଲା ପରିଷଦ ଜୋନ ର ପ୍ରାର୍ଥିନୀ ଶ୍ରୀମତୀ ଶୁଭଶ୍ରୀ ମହାନ୍ତି , ମହମ୍ମଦପୁର ସରପଂଚ ପ୍ରାର୍ଥିନୀ ଶ୍ରୀମତୀ ପ୍ରତିଭା ବେହେରା, ସମିତି ସଭ୍ୟ ପ୍ରାର୍ଥି ରଂଜନ କୁମାର ବେହେରା, ପୂର୍ବତନ ଜିଲା ପରିଷଦ ସଭ୍ୟ ଅଚ୍ୟୁତାନନ୍ଦ ଦାସ, ମଣିଜଙ୍ଗ ସରପଂଚ ପ୍ରାର୍ଥି ସନ୍ୟାସୀ ମହାନ୍ତି, ପର୍ଯ୍ୟବେକ୍ଷକ ରମେଶ ଚନ୍ଦ୍ର ସ୍ୱାଇଁ, ବିଭିନ୍ନ ପଂଚାୟତ ସଭାପତି ଦିଲିପ କୁମାର ବିଶ୍ୱା, ପ୍ରିୟନାଥ ମହାନ୍ତି, ସୁରେନ୍ଦ୍ର ଖୁଂଟିଆ, ରୁତମ ମହମ୍ମଦ, କୌଶର ଅଲୀ, ସୁଶାନ୍ତ କୁମାର ସେଠୀଜିଲା ପରିଷଦ ସଭ୍ୟ ଯାଜ୍ଞସେନ ନାୟକ, ଜମ୍ବେଶ୍ୱର ବେଉରା, ଅଭୟ ଲେଙ୍କା, ସୁରଥ ରାଉତ, ମିଲନ୍ ଭୂୟାଁ, ଇଶ୍ୱର ସାହୁ, ମହମ୍ମଦ ସୋଫିଆନ୍ ଅଲୀ, ଏସକେ ଜଲାଲ ଉଦ୍ଧିନ୍, ବିଜୟ ରାଉତ ଙ୍କ ସମେତ ସମସ୍ତ ପଂଚାୟତର ଛାତ୍ର ବିଜେଡ଼ି, ଯୁବ ବିଜେଡ଼ି ର କର୍ମୀମାନେ ଉପସ୍ଥିତ ଥିଲେ । ଶେଷରେ ମହମ୍ମଦପୁର ସରପଂଚ ସରୋଜ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର