କେନ୍ଦ୍ରାପଡ଼ା, ୨୭/୧/୨୦୨୨ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡ଼ା ପଂଚାୟତର ବଡ଼ନାଇଁପୁର ସ୍ଥିତ ଟିଭିଏସ ଷ୍ଟୋରରୁମ ନିକଟରେ ଶିରିଡିÿ ସାଇବାବାଙ୍କ ଏକ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ କୋଭିଡ ନିୟମ ଅନୁପାଳନ ପୂର୍ବକ ଅନୁଷ୍ଠିତ ହୋଇଯାଇଛି । ସମୀର ମୋଟର୍ସର ପ୍ରୋପାଇଟର ସମୀର କୁମାର ଚାନ୍ଦଙ୍କ ପକ୍ଷରୁ ଏହି ମନ୍ଦିର ପ୍ରତିଷ୍ଠା କରାଯାଇଛି । ବୈଦିକ ରୀତି ନୀତି ଅନୁଯାଇ ଷୋଡ଼ଶ ଉପଚାରରେ ଅଙ୍କୁରାରୋପଣ, ଅଧିବାସ, କଳସ ଶୋଭାଯାତ୍ରା ପ୍ରଭୃତି କରାଯାଇ ବାବାଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ସମୀର ମୋଟର୍ସର କର୍ମଚାରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ଓଡ଼ିଶା ସମାଚାର