Wednesday , May 18 2022
Breaking News
Home / ବିଶେଷ / ବସରେ ବନ୍ଧା ହେଲେ ଦୁଇ ଯାତ୍ରୀ

ବସରେ ବନ୍ଧା ହେଲେ ଦୁଇ ଯାତ୍ରୀ

କେନ୍ଦ୍ରାପଡା,୨୭/୧/୨୦୨୨ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲା ଆଳିରୁ କଟକ ଅଭିମୂଖେ ଯାଉଥିବା ଏକ ବସରେ ମଦ୍ୟପାନ କରି ଉନ୍ମତ କାଣ୍ଡ ଭିଆଇବାରୁ ଯାତ୍ରୀଦ୍ୱୟଙ୍କୁ ଅନ୍ୟଯାତ୍ରୀମାନେ ବସରେ ଦଉଡିରେ ବାନ୍ଧି ଦେଇଥିଲେ । ଏହି ଘଟଣାକୁ ନେଇ ବସରେ ଉତେଜନା ପ୍ରକାଶ ପାଇଥିଲା । ଖବର ନେବାରୁ ଜଣାପଡିଛି ପପୁ ନାମକ ଏକ ବସରେ ଦୁଇଜଣ ଯାତ୍ରୀ ଚଢିଥିଲେ । ହେଲେ ସେମାନେ ମଦ୍ୟପାନ କରି ବସରେ ଯାତ୍ର୍ରୀମାନଙ୍କ ସହ ଅସୌଜନ୍ୟ ବ୍ୟବହାର ପ୍ରଦର୍ଶନ କରିଥିଲେ । ଫଳରେ ବସ କର୍ମଚାରୀଙ୍କ ସହାୟତାରେ ଅନ୍ୟ ଯାତ୍ରୀମାନେ ଦୁହିଁଙ୍କୁ ବସରେ ବାନ୍ଧି ଦେଇଥିଲେ । ବସଟି ବାଦାମବାଟିରେ ରହିବା ପରେ ମଦ୍ୟପ ଯୁବକଦ୍ୱୟଙ୍କୁ ପୁଲିସକୁ ହସ୍ତାନ୍ତର କରାଯାଇଥିବା ଖବର ମିଳିଛି । ଯୁବକଦ୍ୱୟ ଆଳିରୁ ବସରେ ଚଢିଥିବା ଜଣାପଡିଛି । ଓଡ଼ିଶା ସମାଚାର

About admin

Check Also

ବାଲ୍ୟ ବିବାହ ରୋକିବା ପାଇଁ ଶପଥ ପାଠ

ବାଲେଶ୍ୱର, ୧୮/୦୫/୨୦୨୨( ଓଡ଼ିଶା ସମାଚାର )- ବାଲ୍ୟ ବିବାହ ରୋକିବା ପାଇଁ ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନ ବିଭିନ୍ନ ପଦକ୍ଷେପ …

Leave a Reply

Your email address will not be published. Required fields are marked *