Wednesday , May 18 2022
Breaking News
Home / ବିଶେଷ / ବଳଦେବଜୀଉ ମନ୍ଦିରକୁ ମଦ ବୋତଲ ଫିଙ୍ଗିବା ଘଟଣା : ଉପ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଲେ ବୁଦ୍ଧିଜୀବୀ

ବଳଦେବଜୀଉ ମନ୍ଦିରକୁ ମଦ ବୋତଲ ଫିଙ୍ଗିବା ଘଟଣା : ଉପ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଲେ ବୁଦ୍ଧିଜୀବୀ

କେନ୍ଦ୍ରାପଡା, ୨୭/୧/୨୦୨୨ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ମନ୍ଦିରକୁ ମଦ ବୋତଲ ଫିଙ୍ଗିବା ଘଟଣାରେ ଅଭିଯୁକ୍ତକୁ ଗିରଫ କରିବା ପାଇଁ ଉପ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଛନ୍ତି ସହରର କେତେକ ବୁଦ୍ଧିଜୀବୀ । ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ବୁଦ୍ଧିଜୀବୀମାନେ ଦାବି କରିଛନ୍ତି ଯେ ମନ୍ଦିର ନିକଟରେ ଚୋରା ମଦ ବିକ୍ରି ହେଉଛି । ଯାହା ଫଳରେ ଏଭଳି ଅଘଟଣ ଘଟିଲା । ତେଣୁ ମନ୍ଦିର ନିକଟରେ ଚାଲିଥିବା ଚୋରା ମଦ କାରବାରକୁ ଅବକାରୀ ବିଭାଗ ଓ ପୁଲିସ ବାହିନୀ ମିଳିତ ଉଦ୍ୟମ କରି ବନ୍ଦ କରନ୍ତୁ । ରାତିବେଳା ପାଟ୍ରୋଲିଂ କଡାକଡ଼ି କରାଯାଉ । ମନ୍ଦିର ନିକଟ ଫାଣ୍ଡିକୁ ସୁଦୃଢ କରାଯାଉ । ଏହାଦ୍ୱାରା ଦୁର୍ବୃତଙ୍କ ଦୌରାତ୍ମ୍ୟକୁ ରୋକାଯାଇ ପାରିବ । ସୂଚନା ଥାଉକି ଗତ ୨୩ ତାରିଖ ବିଳମ୍ବିତ ରାତିରେ ଦକ୍ଷିଣ ଦିଗରୁ ତିନି ମୁହାଣୀକୁ ଥିବା ରାସ୍ତା ଆଡୁ କେହି ମଦ ବୋତଲ ମନ୍ଦିର ଭିତରକୁ ଫିଙ୍ଗିଥିଲେ । ଏହା ଜଣାପଡିବା ପରେ ବଳଦେବଜୀଉ ଦେବୋତର ଆୟୋଗ ପକ୍ଷରୁ ପୁଲିସକୁ ଓ ଟ୍ରଷ୍ଟର ସଭାପତି ଉପଜିଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଥିଲା । ହେଲେ ଅଦ୍ୟାବଧି ଅଭିଯୁକ୍ତ ଧରା ପଡି ନାହିଁ । ତେଣୁ ଅଭିଯୁକ୍ତ ଧରିବା ସହ ଉପରୋକ୍ତ ବ୍ୟବସ୍ଥା କରିବା ପାଇଁ ବୁଦ୍ଧିଜୀବୀମାନେ  ଉପ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଦାବି କରିଛନ୍ତି । ଉପ ଆରକ୍ଷୀ ଅଧିକ୍ଷକଙ୍କ ନିକଟକୁ ଯାଇଥିବା ବୁଦ୍ଧିଜୀବୀ ମଣ୍ଡଳୀରେ ଥିଲେ ଦମନ ମହାନ୍ତି, ସୂର୍ଯ୍ୟକାନ୍ତ ପରିଡ଼ା, ରଜେଶ ସ୍ୱାଇଁ, ହରେକୃଷ୍ଣ ସାହୁ ପ୍ରମୁଖ । ଓଡ଼ିଶା ସମାଚାର

About admin

Check Also

ବାଲ୍ୟ ବିବାହ ରୋକିବା ପାଇଁ ଶପଥ ପାଠ

ବାଲେଶ୍ୱର, ୧୮/୦୫/୨୦୨୨( ଓଡ଼ିଶା ସମାଚାର )- ବାଲ୍ୟ ବିବାହ ରୋକିବା ପାଇଁ ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନ ବିଭିନ୍ନ ପଦକ୍ଷେପ …

Leave a Reply

Your email address will not be published. Required fields are marked *