Wednesday , May 18 2022
Breaking News
Home / ନିର୍ବାଚନ / ପରମହଂସନାଥଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରି ୫ନମ୍ଵର ଜୋନର ଵିଜେଡି ଵିଜେପି ପ୍ରାର୍ଥୀ ପ୍ରଚାର ମଇଦାନକୁ ଓହ୍ଲେଇଲେ

ପରମହଂସନାଥଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରି ୫ନମ୍ଵର ଜୋନର ଵିଜେଡି ଵିଜେପି ପ୍ରାର୍ଥୀ ପ୍ରଚାର ମଇଦାନକୁ ଓହ୍ଲେଇଲେ

କଟକ ସଦର, ୨୭/୧/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କଟକ ଜିଲ୍ଲା ୫ ନମ୍ଵର ଜିଲ୍ଲା ପରିଷଦ ଯୋନର ଦୁଇ ଵିଜେଡି ଓ ଵିଜେପି ପ୍ରାର୍ଥୀ ଆଜି ଗୁରୁଵାର ପ୍ରସିଦ୍ଧ ପରମହଂସ ଶୈଵ ମନ୍ଦିରରେ ପୂଜାର୍ଚ୍ଚନା କରି ପ୍ରଚାର ଅଭିଯାନର ଶୁଭାରମ୍ଭ କରିଥିଵା ଜଣାଯାଇଛି।ପ୍ରକାଶ ଯେ ସଦର ଵିଧାୟକ ଚନ୍ଦ୍ର ସାରଥି ଵେହେରାଙ୍କ ନିର୍ଦେଶ କ୍ରମେ ଵିଜେଡି ପ୍ରାର୍ଥୀ ପ୍ରଦୀପ୍ତ ମହାଳୀ ମନ୍ଦିରେ ପୂଜାର୍ଚ୍ଚନା ସହ ଆଶ୍ରିର୍ଵାଦ ଭିକ୍ଷା କରି ଘରକୁ ଘର ଵୁଲି ପ୍ରଚାର ଅଭିଯାନର ଶୁଭାରମ୍ଭ କରିଛନ୍ତି।ଏଥିରେ ତାଙ୍କ ସହିତ ଏହି ଯୋନର ନେତା ଭାଵେ କଟକ ଜିଲ୍ଲା ଵିଜେଡି ସାଧାରଣ ସମ୍ପାଦକ ତଥା ସଦର ଵ୍ଲକ ଵିଜେଡି କାର୍ଯ୍ୟକାରୀ ସଭାପତି ସମର ଵେହେରା,ଆତ୍ମା ଅଧ୍ୟକ୍ଷ ରଜନୀକାନ୍ତ ସାହୁ,୬ ଗୋଟି ପଞ୍ଚାୟତର ଵିଜେଡି କାର୍ଯ୍ୟକର୍ତ୍ତା, ସରପଞ୍ଚ, ସମିତି ସଭ୍ୟ/ସଭ୍ୟା ପ୍ରମୁଖ ପ୍ରଦୀପ୍ତ ଙ୍କ ପ୍ରଚାର ଅଭିଯାନରେ ସାମିଲ ହୋଇଥିଲେ। ସେହିପରି ସଦର ଵିଜେପି ନେତା ଦିଲ୍ଲିପ ମଲ୍ଲିକଙ୍କ ନିର୍ଦେଶରେ ଵିଜେପି ପ୍ରାର୍ଥୀ ନିମାଇଁ ଦାସ ସେହି ପରମହଂସ ମନ୍ଦିରରେ ପୂଜାର୍ଚ୍ଚନା କରି ପ୍ରଚାର ମଇଦାନକୁ ଆଜି ଓହ୍ଲାଇ ଛନ୍ତି। ତାଙ୍କ ସହିତ ଏହି ମଣ୍ଡଳର ଵିଜେପି ସଭାପତି ଅଭୟ ସ୍ୱାଇଁ, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ହୃଷିକେଶ ଜେନା,କଟକ ଜିଲ୍ଲା ସାଧାରଣ ସଂପାଦକ ନିର୍ମଳ ଦାସ,କଟକ ଜିଲ୍ଲା ଵିଜେପି ଉପସଭାପତି ଗୋକୁଳ ପ୍ରଧାନ, ଜିଲ୍ଲା ଏସ ସି ମୋର୍ଚ୍ଚା ସାଧାରଣ ସମ୍ପାଦକ ଚନ୍ଦ୍ର ଶେଖର ମଲ୍ଲିକ ଙ୍କ ସମେତ ଵହୁ କାର୍ଯ୍ୟ କର୍ତା ପ୍ରଚାର ଅଭିଯାନ ରେ ସାମିଲ ହୋଇଥିଲେ। ଓଡ଼ିଶା ସମାଚାର

About admin

Check Also

ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ବିଜେପି ର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ

ଭୁବନେଶ୍ୱର , ୧୫/୦୫/୨୦୨୨( ଓଡ଼ିଶା ସମାଚାର )- ବ୍ରଜରାଜନଗର ଉପ ନିର୍ବାଚନ ପାଇଁ ବିଜେପି ୪୦ ଜଣିଆ ଷ୍ଟାର ପ୍ରଚାରକ …

Leave a Reply

Your email address will not be published. Required fields are marked *