Sunday , May 22 2022
Breaking News
Home / ନିର୍ବାଚନ / ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ ନିମନ୍ତେ ରାଜନୈତିକ ଦଳ ସହ ବୈଠକ

ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ ନିମନ୍ତେ ରାଜନୈତିକ ଦଳ ସହ ବୈଠକ

ଜଗତସିଂହପୁର, ୨୭/୧/୨୦୨୨ (ଓଡ଼ିଶା ସମାଚାର)- ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନାସଭାଗୃହ ଠାରେ ଜିଲ୍ଲାରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ସ୍ୱଛ,ଅବାଧ,ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା ନିମନ୍ତେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ -ତଥା-ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀମତୀ ପାରୁଲ୍ ପଟାଓରୀ ଜଗତସିଂହପୁର ଜିଲ୍ଲାରେ କୋଭିଡ୍-୧୯ କଟକଣା ମାର୍ଗଦର୍ଶିକା ଅନୁପାଳନ ପୂର୍ବକ ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ନିମନ୍ତେ ରାଜନୈତିକ ଦଳର ପ୍ରତିନିଧି ଓ କର୍ମକର୍ତାମାନଙ୍କୁ ସଚେତନ କରିବା ସହିତ ପୂର୍ଣ୍ଣ ସହଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ । ଏଥି ସହିତ ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରା ଜାରି ହୋଇଥିବା ଆଦର୍ଶ ଆଚରଣ ବିଧି ପ୍ରତ୍ୟେକ ପ୍ରାର୍ଥୀ ଓ ରାଜନୈତିକ ଦଳ ମାନେ କଡାକଡି ପାଳନ ନିମନ୍ତେ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ଜିଲ୍ଲାରେ ୧ମ ପର୍ଯ୍ୟାୟ ଫ୍ରେବୃୟାରୀ-୧୬ରେ ବାଲିକୁଦା ବ୍ଲକ,୨ୟ ପର୍ଯ୍ୟାୟ ଫେବୃୟାରୀ -୧୮ରେ ଜଗତସିଂହପୁର ବ୍ଲକ,୩ୟ ପର୍ଯ୍ୟାୟ-ଫେବୃୟାରୀ -୨୦ରେ ତିର୍ତୋଲ ଓ ବିରିଡି ବ୍ଲକ,୪ର୍ଥ ପର୍ଯ୍ୟାୟ ଫେବୃୟାରୀ-୨୨ରେ କୁଜଙ୍ଗ ଓ ରଘୁନାଥପୁର ବ୍ଲକ ଓ ୫ମ ପର୍ଯ୍ୟାୟ ଫେବୃୟାରୀ-୨୪ରେ ଏରସମା ଓ ନାଉଗାଁ ବ୍ଲକ ଅଂଚଳରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଅବଗତ କରାଯାଇଥିଲା । ପ୍ରକଳ୍ପ ନିର୍ଦ୍ଧେଶକ ଶ୍ରୀ ସରୋଜକାନ୍ତ ମହାନ୍ତି ଆଦର୍ଶ ଆଚରଣ ବିଧି ତଦାରଖ ନିମନ୍ତେ ନିୟୋଜିତ ହୋଇଥିବା ଜିଲ୍ଲାପାଳ ପ୍ରକାଶ କରିଥିଲେ । ନିର୍ବାଚନର ଭୋଟ ଗଣତି କାର୍ଯ୍ୟ ଫେବୃୟାରୀ-୨୬,୨୭ ଓ ୨୮ ତାରିଖ ତିନିଦିନ ମଧ୍ୟରେ ଜିଲ୍ଲା ପରିଷଦ ଜୋନ୍ ଓାରୀ ସ୍ଥିରିକୃତ ହୋଇଥିବା ଅବଗତ କରାଯାଇଥିଲା । ଜିଲ୍ଲାରେ ଶାନ୍ତି ଶୃଙ୍ଖଳାପୂର୍ଣ୍ଣ ନିର୍ବାଚନ ପରିଚାଳନା ପ୍ରତି ଦୃଷ୍ଟି ଦିଆଯିବ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଖିଳେଶ୍ୱର ସିଂହ ପ୍ରକାଶ କରିଥିଲେ । କୌଣସି ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ ଓ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନରେ ସମସ୍ତେ ସହଯୋଗ କରିବାକୁ ଆରକ୍ଷୀ ଅଧିକ୍ଷକ ପରାମର୍ଶ ଦେଇଥିଲେ । ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରା ଜାରୀ ହୋଇଥିବା ଆଦର୍ଶ ଆଚରଣ ବିଧିକୁ ଜିଲ୍ଲା ପଂଚାୟତ ଅଧିକାରୀ ଶ୍ରୀ ଚକ୍ରଧର ମାହାଳୀ ବିଶଦ୍ ଭାବେ ପଢି ଶୁଣାଇ ଥିଲେ । ବୈଠକରେ ଜିଲ୍ଲାର ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀ ବିମଳେନ୍ଦୁ ରାୟ ଉପସ୍ଥିତ ରହି ଜିଲ୍ଲାରେ ଶାନ୍ତି ଶୃଙ୍ଖଳାରେ ନିର୍ବାଚନ କରାଯିବାକୁ ସମସ୍ତ ପ୍ରାର୍ଥୀ ଓ ରାଜନୈତିକ ଦଳଙ୍କ ସହଯୋଗ ଲୋଡିଥିଲେ । ବୈଠକରେ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଶ୍ରୀ ରଜତ କୁମାର ପଟ୍ଟନାୟକ ଉପସ୍ଥିତ ରହି ପ୍ରାର୍ଥୀମାନଙ୍କର ନିର୍ବାଚନ ବ୍ୟୟସୀମା ଓ ଏ ସଂପର୍କିତ ହିସାବ ରେଜିଷ୍ଟ୍ରାର ପରିଚାଳନା ସଂପର୍କରେ ଆଲୋଚନା କରିଥିଲେ । ବୈଠକ ଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚ୍ଚିଦାନନ୍ଦ ସାହୁ ଜିଲ୍ଲାରେ ଅବାଧ ଓ ନିରପେକ୍ଷ ନିର୍ବାଚନ ଶାନ୍ତି ଶୃଙ୍ଖଳାରେ ପରିଚାଳନା କରିବା ପାଇଁ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ପ୍ରସ୍ତୁତ ଥିବା ପ୍ରକାଶ କରି ସମସ୍ତଙ୍କ ସହଯୋଗ କାମନା କରିଥିଲେ ଓ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୈଠକରେ ପାରାଦ୍ୱୀପ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ କାହ୍ନୁଚରଣ ଧୀର,ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଚିନ୍ମୟୀ ବିଶ୍ୱାଳ,ପ୍ରକଳ୍ପ ନିର୍ଦ୍ଧେଶକ ଶ୍ରୀ ସରୋଜକାନ୍ତ ମହାନ୍ତି,ଉପ-ଜିଲ୍ଲାପାଳ ଶ୍ରୀ ଧର୍ମେନ୍ଦ୍ର ମଲ୍ଲିକ ଡି.ଏସ୍.ପି.ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ବୈଠକରେ ବି.ଜେ.ଡି,କଂଗ୍ରେସ,ବି.ଜେ.ପି,ବି.ଏସ୍.ପି,ସି.ପି.ଆଇ ଓ ସି.ପି.ଏମ୍ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

‘ଶାନ୍ତି ପଥ’ର ଚତୁର୍ଥ ବାର୍ଷିକ ଉତ୍ସବ – ବୁଦ୍ଧ ଓ ଗାନ୍ଧୀଙ୍କ ପ୍ରାସଙ୍ଗିକତା ଆଜି ବି ରହିଛି

ଭୁବନେଶ୍ୱର , ୨୧/୦୫/୨୦୨୨( ଓଡ଼ିଶା ସମାଚାର )- ବିଶ୍ୱ ଶାନ୍ତି, ସମାଜ ସେବା, ଯୋଗ, ମାନବ କଲ୍ୟାଣର ସଂଗଠନ ‘ଶାନ୍ତି …

Leave a Reply

Your email address will not be published. Required fields are marked *