Wednesday , May 18 2022
Breaking News
Home / ନିର୍ବାଚନ / ଜିଲ୍ଲାରେ ୯ହଜାର ୩ଶହ ପ୍ରାର୍ଥୀ ନିର୍ବାଚନ ପ୍ରତିଦ୍ୱନ୍ଦିତାରେ ଅବତୀର୍ଣ୍ଣ

ଜିଲ୍ଲାରେ ୯ହଜାର ୩ଶହ ପ୍ରାର୍ଥୀ ନିର୍ବାଚନ ପ୍ରତିଦ୍ୱନ୍ଦିତାରେ ଅବତୀର୍ଣ୍ଣ

କେନ୍ଦ୍ରାପଡା, ୨୭/୧/୨୦୨୨ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ସର୍ବମୋଟ ୯ହଜାର ୩ଶହ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତାରେ ଅବତୀର୍ଣ୍ଣ ହୋଇଛନ୍ତି । କେନ୍ଦ୍ରାପଡା ଜିଲ୍ଲାରେ ପାଂଚ ପର୍ଯ୍ୟାୟ ବିଶିଷ୍ଟ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ସର୍ବମୋଟ ୧୦ହଜାର ୪୭୭ଟି ପ୍ରାର୍ଥୀପତ୍ର ଦାଖଲ ହୋଇଥିଲା । ସେଥିମଧ୍ୟରୁ ୮ହଜାର ୯୬ ୱାର୍ଡସଭ୍ୟ, ୧୨୬୮ ସରପଂଚ, ୯୭୧ ସମିତି ସଭ୍ୟ ଏବଂ ୧୪୨ଜଣ ପ୍ରାର୍ଥୀ ଜିଲ୍ଲା ପରିଷଦ ସଭ୍ୟ ପଦରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ପ୍ରାର୍ଥୀପତ୍ର ଯାଂଚ ପରେ ୯୩ଟି ୱାର୍ଡସଭ୍ୟ, ୨୯ଟି ସରପଂଚ, ୮ଟି ସମତିସଭ୍ୟ ଓ ୩ଟି ଜିଲ୍ଲା ପରିଷଦ ସଭ୍ୟ ପଦରେ ଦାଖଲ ହୋଇଥିବା ପ୍ରାର୍ଥୀପତ୍ର ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ନାକଚ ହୋଇଥିଲା । ଜିଲ୍ଲାର ୬୯୩ଜଣ ୱାର୍ଡସଭ୍ୟ,୨୨୯ଜଣ ସରପଂଚ, ୧୧୪ଜଣ ସମିତିସଭ୍ୟ ଓ ୮ଜଣ ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରି ନେଇଛନ୍ତି । ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଜିଲ୍ଲାର ୭ହଜାର ୩୧୦ୱାର୍ଡସଭ୍ୟ,୧୦୧୦ଜଣ ସରପଂଚ, ୮୪୯ଜଣ ସମିତିସଭ୍ୟ ଓ ୧୩୧ଜଣ ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତାରେ ଅବତୀର୍ଣ୍ଣ ହୋଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ବାଲ୍ୟ ବିବାହ ରୋକିବା ପାଇଁ ଶପଥ ପାଠ

ବାଲେଶ୍ୱର, ୧୮/୦୫/୨୦୨୨( ଓଡ଼ିଶା ସମାଚାର )- ବାଲ୍ୟ ବିବାହ ରୋକିବା ପାଇଁ ବିଭିନ୍ନ ସମୟରେ ଜିଲ୍ଲା ପ୍ରଶାସନ ବିଭିନ୍ନ ପଦକ୍ଷେପ …

Leave a Reply

Your email address will not be published. Required fields are marked *