ରଘୁନାଥପୁର, ୨୭/୧/୨୦୨୨ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ବିଦ୍ୟାଧରପୁର ପଂଚାୟତର ଉଚ୍ଚ ଶିକ୍ଷିତା ଝିଅ ସାହେଦା ତବସୁମ୍ ଘରକୁ ଘର ବୁଲି ଭୋଟ ମାଗୁଥିବା ଦେଖିବାକୁ ମିଳିଛି । ପଂଚାୟତର ବିଭିନ୍ନ ଗ୍ରାମରେ ପହଂଚି ବୃଦ୍ଧ ବୃଦ୍ଧା ଯୁବକ ଯୁବତୀ ତଥା ଭୋଟର ଭାଇ ଭଉଣୀ ମାନଙ୍କୁ ଭୋଟ ଭିକ୍ଷା କରୁଥିବାବେଳେ ନିର୍ବାଚନରେ ଜିତିଲେ ସେ ନିଷ୍ଠାପର ସହିତ ସରକାରଙ୍କର ସମସ୍ତ ଯୋଜନା ତୃଣମୂଳ ସ୍ତରରେ ନିୱାର୍ଥପର ସହିତ ପହଂଚାଇବେ ବୋଲି ପ୍ରତିଶୃତି ଦେଉଛନ୍ତି । ଏପରିକି ସ୍ୱାମୀନତାର ୭୫ ବର୍ଷ ପରେ ମଧ୍ୟ ପଂଚାୟତରେ ଥିବା ସମସ୍ୟା ସମାଧାନ କରିବାକୁ ସେ କହୁଥିବାବେଳେ ନିଜ ପଂଚାୟତକୁ ରାଜ୍ୟର ଏକ ଅଗ୍ରଣୀ ପଂଚାୟତରେ ପରିଣତ କରିବେ ବୋଲି ମତ ପ୍ରକାଶ କରିଛନ୍ତି । ତାଙ୍କ ସହିତ ଗନ୍ଧନପଡ଼ାର ଭୋଟର ଭାଇ ଭଉଣୀ ମାନଙ୍କ ସହିତ ରହିମ ଖାଁ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ କି ଉଚ୍ଚ ଶିକ୍ଷିତା ଝିଅ ହୋଇ ମଧ୍ୟ ସରକାରୀ ଚାକିରୀ ପଛରେ ନଗୋଡ଼ାଇ ଲୋକ ମାନଙ୍କ ସେବା କରିବା ପାଇଁ ସେ ଚଳିତ ଥର ସରପଂଚ ପ୍ରାର୍ଥି ହୋଇଛନ୍ତି । ଓଡ଼ିଶା ସମାଚାର
