Sunday , May 22 2022
Breaking News
Home / ବିଶେଷ / ବୁଦ୍ଧବିହାରରେ ସାଧାରଣତନ୍ତ୍ର ଦିବସ ପାଳନ – ଆଲୋଚନାଚକ୍ର ପ୍ରବୃଦ୍ଧ ଭାରତ

ବୁଦ୍ଧବିହାରରେ ସାଧାରଣତନ୍ତ୍ର ଦିବସ ପାଳନ – ଆଲୋଚନାଚକ୍ର ପ୍ରବୃଦ୍ଧ ଭାରତ

ଭୁବନେଶ୍ୱର , ୨୬/୧/୨୦୨୨ (ଓଡ଼ିଶା ସମାଚାର)- ଭୁବନେଶ୍ୱର ବୁଦ୍ଧମନ୍ଦିର ସଭାକକ୍ଷରେଠାରେ ବିଭିନ୍ନ ବୌଦ୍ଧ ସଂଗଠନ, ନାଗରିକ ଏକତା ପରିଷଦ, ଜାତୀୟ ଅନୁସୂଚିତ ଜାତି ଓ ଜନଜାତି ସମୂହର ପରିସଂଘ ତଥା ଅନ୍ୟାନ୍ୟ ସାମାଜିକ ଅନୁଷ୍ଠାନ ତରଫରୁ ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ଆଲୋଚନାଚକ୍ର ‘ପ୍ରବୃଦ୍ଧ ଭାରତ’ ଅନୁଷ୍ଠିତ ହୋଇଯାଇଛି । ପ୍ରତୁ୍ୟଷରେ ଜାତୀୟ ପତାକା ଉତୋଳନ କରାଯାଇଥିଲା । ୧୯୫୦ ମସିହା ଜାନୁୟାରୀ ୨୬ ତାରିଖରେ ବାବାସାହେବ ଡଃ ଭୀମରାଓ ଆମ୍ବେଦକରଙ୍କ ଅଧ୍ୟକ୍ଷତାରେ ପ୍ରଣୀତ ଭାରତର ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା ଏବଂ ଭାରତକୁ ଏକ ସାର୍ବଭୌମ, ଗଣତାନ୍ତ୍ରିକ, ଧର୍ମନିରପେକ୍ଷ, ସମାଜବାଦୀ, ଜନମଙ୍ଗଳ ସାଧାରଣତନ୍ତ୍ର ରାଷ୍ଟ୍ରରେ ପରିଣତ କରାଯାଇଥିଲା । ଭାରତ ପରି ବହୁ ଭୌଗୋଳିକ, ଜାତି, ଧର୍ମ, ବର୍ଣ୍ଣ, ଭାଷା, ସଂସ୍କୃତି ଓ କୁସଂସ୍କାରପୂର୍ଣ୍ଣ ଦେଶର ସମ୍ବିଧାନ ଲେଖିବା ଏକ ସହଜ କାମ ନଥିଲା । ପୃଥିବୀର ଅନ୍ୟତମ ଶ୍ରେଷ୍ଠ ଜ୍ଞାନୀ ଡଃ ବାବା ସାହେବଙ୍କ ପରି ପ୍ରଜ୍ଞାପୁରୁଷଙ୍କ ଦ୍ୱାରା ଏହା ସମ୍ଭବପର ହୋଇପାରିଥିଲା । ଭାରତର ସମ୍ବିଧାନ ମୁଖ୍ୟତଃ ଭଗବାନ ବୁଦ୍ଧଙ୍କ ନୀତି, ଆଦର୍ଶ ଓ ସେଙ୍କତକୁ ଭିତି କରି ରଚନା କରାଯାଇଥିଲା ଏବଂ ଏହା ପୃଥିବୀର ଶ୍ରେଷ୍ଠ ଗଣତାନ୍ତ୍ରିକ ରାଷ୍ଟ୍ରର ସମ୍ବିଧାନ ଭାବେ ସ୍ୱୀକୃତିପ୍ରାପ୍ତ ଲାଭ କରିଥିଲା । ଭାରତର ଜାତୀୟପତାକା, ଜାତୀୟ ସେଙ୍କତରେ ଅଶୋକଚକ୍ର, ଅଶୋକସ୍ତମ୍ଭ ଇତ୍ୟାଦି ସ୍ଥାନ ପାଇଅଛି ଏବଂ ଏହାର ରଙ୍ଗ ମଧ୍ୟ ବୌଦ୍ଧଧର୍ମର ରଙ୍ଗ ଦ୍ୱାରା ପ୍ରଭାବିତ ଅଟେ ।
ଆଜିର ଧ୍ୱଂସାଭିମୁଖୀ ପୃଥିବୀକୁ ରକ୍ଷା କରିବା ପାଇଁ ଯୁଦ୍ଧ ମାନବସମାଜ ଚାହାଁନ୍ତି ନାହିଁ, ସେମାନେ ବୁଦ୍ଧଙ୍କ ନୀତି ଓ ଆଦର୍ଶକୁ ହିଁ ଚାହାଁନ୍ତି । ଏହି ଅବସରରେ ଓଡ଼ିଶାରେ ବୌଦ୍ଧକୀର୍ତିଗୁଡ଼ିକର ଉନ୍ନତିକରଣ, ରାଜଧାନୀ ଭୁବନେଶ୍ୱରରେ ଆମ୍ବେଦକର ଭବନ ନିର୍ମାଣ ଏବଂ ଅନୁସୂଚିତ ଜାତି, ଜନଜାତି, ଅନଗ୍ରସର ବର୍ଗ, ସଂଖ୍ୟାଲଘୁ, ଶିଶୁ, ମହିଳା ଓ ଗରିବ ନିଃସହାୟଙ୍କ ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରା, ବରିଷ୍ଠ ସାମ୍ବାଦିକ ରବି ଦାସ, ପ୍ରଫେସର ଡଃ ବସନ୍ତ କୁମାର ମଲ୍ଲିକ, ଇଂ ଅଲେଖ ଚନ୍ଦ୍ର ମଲ୍ଲିକ, ବନମାଳୀ ରାଉଳ, ବିକାଶ ଚନ୍ଦ୍ର ମହାପାତ୍ର, ନିରଞ୍ଜନ ମହାପାତ୍ର, ପ୍ରଫେସର ଚନ୍ଦ୍ରକାନ୍ତ ମଲ୍ଲିକ ପ୍ରମୁଖ ଆଲୋଚନାରେ ଭାଗ ନେଇ ନିଜ ନିଜର ମତବ୍ୟକ୍ତ କରିଥିଲେ । ସଭାରେ ଯୁବ ସାମାଜିକ କର୍ମୀ ବିଦ୍ୟାଧର ଦେହୁରୀ ସଭାପତିତ୍ୱ କରିଥିଲେ ଓ ଭାରତୀୟ ବୌଦ୍ଧ ମହାସଭାର ସାଧାରଣ ସମ୍ପାଦକ ଲକ୍ଷ୍ମଣ ମଲ୍ଲିକ ସଭା ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

‘ଶାନ୍ତି ପଥ’ର ଚତୁର୍ଥ ବାର୍ଷିକ ଉତ୍ସବ – ବୁଦ୍ଧ ଓ ଗାନ୍ଧୀଙ୍କ ପ୍ରାସଙ୍ଗିକତା ଆଜି ବି ରହିଛି

ଭୁବନେଶ୍ୱର , ୨୧/୦୫/୨୦୨୨( ଓଡ଼ିଶା ସମାଚାର )- ବିଶ୍ୱ ଶାନ୍ତି, ସମାଜ ସେବା, ଯୋଗ, ମାନବ କଲ୍ୟାଣର ସଂଗଠନ ‘ଶାନ୍ତି …

Leave a Reply

Your email address will not be published. Required fields are marked *