Wednesday , May 18 2022
Breaking News
Home / ସ୍ୱାସ୍ଥ୍ୟ / ବିଶ୍ୱସ୍ତରୀୟ ଲକ୍ଷରେ ଅଗ୍ରସର ହେଉଥିବା କଟକ ଵଡ ମେଡିକାଲରେ କୋଭିଡ ପରିଚାଳନାରେ ଵ୍ୟାପକ ଅନିୟମିତତା ଅଭିଯୋଗ

ବିଶ୍ୱସ୍ତରୀୟ ଲକ୍ଷରେ ଅଗ୍ରସର ହେଉଥିବା କଟକ ଵଡ ମେଡିକାଲରେ କୋଭିଡ ପରିଚାଳନାରେ ଵ୍ୟାପକ ଅନିୟମିତତା ଅଭିଯୋଗ

କଟକ ସଦର, ୨୬/୧/୨୦୨୨ (ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): ବିଶ୍ୱସ୍ତରୀୟ ଲକ୍ଷରେ ଅଗ୍ରସର ହେଉଥିବା କଟକ ବଡ ମେଡିକାଲରେ କୋଭିଡ ପରିଚାଳନାରେ ବ୍ୟାପକ ଅନିୟମିତତା କରାଯାଉଥିବା ଅଭିଯୋଗ ହୋଇଛି।ପ୍ରକାଶ ଯେ ବିଭିନ୍ନ ରୋଗର ନିରାକରଣ ପାଇଁ ଆଡମିଟ୍ କରାଯାଉଥିବା ରୋଗୀଙ୍କୁ କୋଭିଡ ପରୀକ୍ଷା କରାଯାଇ ସଂକ୍ରମିତ ଦର୍ଶାଯାଇ ଆଉଟଡୋରକୁ ପଠାଯାଉଛି।ରୋଗୀ ଵାହାରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କଲାପରେ ଯାଇଁ ଆଉଟଡୋରକୁ ନିଆ ଯାଉଛି।ସେଠାରେ ମଧ୍ୟ ଏକା ଅବ୍ୟବସ୍ଥା ଦେଖିବାକୁ ମିଳୁଛି। ରୋଗୀ ଯଦି ଦିନ ଗୋଟାଏରେ ଆଉଟଡୋରରେ ଭର୍ତ୍ତି ହେଲେ ତାଙ୍କୁ ସଂଧ୍ୟା ୬ ଟାରେ ଯାଇଁ ୱ।ର୍ଡକୁ ନିଆ ଯାଉଛି। ରୋଗୀଟି ସାରା ଦିନ ଭୋକରେ ଆଉଟୁପାଉଟୁ ହେଉଥିବା ଅଭିଯୋଗ ହେଉଛି। ସେଥିରେ ରୋଗୀଙ୍କ ସହିତ ସଂପର୍କୀୟର ଯୋଗାଯୋଗକୁ ସଂପୂର୍ଣ୍ଣ ଵାରଣ କରାଯାଉଥିବା ବେଳେ ସେମାନଙ୍କ ସଂପର୍କରେ କିଛି ଭଲମନ୍ଦ ସୂଚନା ମିଳିପାରୁ ନଥିଵାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି।ସେଥିରେ ରୋଗୀଙ୍କୁ ଆଣୁଥିବା ଆମ୍ବୁଲାନ୍ସ କର୍ମଚାରୀମାନେ ରୋଗୀଙ୍କ ସଂପର୍କୀୟଙ୍କୁ ବିଭିନ୍ନ ଆଳରେ ପ୍ରଲୋଭନ ଦେଖାଇ ନିଶ୍ଚୟ ଟଙ୍କା ଆଦାୟ ‌‌‌କରୁଥିଵା ଅନ୍ୟ ଏକ ଗୁରୁତର ଅଭିଯୋଗ ହୋଇ ଆସୁଛି।ଏଥିପ୍ରତି ଵେଳ ଥାଉ ଥାଉ ଦୃଷ୍ଟି ଦିଆ ନଗଲେ ଆଗକୁ ଏହି ଵଡ ମେଡିକାଲର ସୁନାମ ପଦାରେ ପଡିଵା ସମ୍ଭାବନାକୁ ଏଡାଇ ଦେଇ ହେଵ ନାହିଁ। ଓଡ଼ିଶା ସମାଚାର

About admin

Check Also

୪ ଶିଶୁ ଙ୍କ ସମେତ ୧୪ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର , ୧୫/୦୫/୨୦୨୨( ଓଡ଼ିଶା ସମାଚାର )-ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୧୪ ଜଣ କରୋନା ସଂକ୍ରମିତ …

Leave a Reply

Your email address will not be published. Required fields are marked *