କଟକ,୨୬/୧/୨୦୨୨ (ଓଡ଼ିଶା ସମାଚାର)- କଟକ ବିଡାନାସୀ ଥାନା ଅନ୍ତର୍ଗତ କନିକା ଛକ ଶ୍ରୀବିହାର କଲୋନୀରେ ଘଟିଯାଇଛି ଏକ ବିଭତ୍ସ ହତ୍ୟାକାଣ୍ଡ। ମାଆକୁ କଟୁରିରେ ହାଣି ହତ୍ୟା କରିଛି ନିଜ ଜନ୍ମ କଲା ପୁଅ । ମୃତକ ମହିଳା ଜଣକ ହେଲେ ପରେଶ କୁମାରୀ ଦେବୀ (ସିଂହଦେଓ) , ବୟସ ୭୫ ହେବ । ସେ କନିକା ରାଜାଙ୍କ ନାତୁଣୀ ବୋହୂ ବୋଲି ଜଣାପଡିଛି।
ଖବର ଅନୁଯାୟୀ, ଆଜି ସକାଳେ ପାରିବାରିକ କଳହକୁ କେନ୍ଦ୍ର କରି ମାଆ ଓ ପୁଅଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପୁଅ ଉତ୍କ୍ଷିପ୍ତ ହୋଇ ମାଆକୁ କଟୁରୀରେ ହାଣି ହତ୍ୟା କରିଛି । ହତ୍ୟାକାଣ୍ଡ ସଂପର୍କରେ ଝିଅ ଠାରୁ ଫୋନ୍ ରେ ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ସାଇଣ୍ଟିଫିକ୍ ଟିମ୍ ସାହାଯ୍ୟରେ ପୋଲିସ ଘଟଣାର ଛାନ୍ ଭିନ୍ ଜାରି ରଖିଛି । ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଅଭିଯୁକ୍ତ ହତ୍ୟାକାରୀ ପୁଅ ଗୋପାଳ ଭଞ୍ଜଦେଓ କୁ ପୋଲିସ ବିଡ଼ାନାସୀ ଥାନାରେ ଅଟକ ରଖି ପଚରାଉଚରା କରୁଛି । ତେବେ ଗତ କିଛି ମାସ ହେବ ଗୋପାଳ ର ମାନସିକ ସ୍ଥିତି ଭଲ ନଥିବା ଜଣାପଡ଼ିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଓଡ଼ିଶା ସମାଚାର