Wednesday , May 18 2022
Breaking News
Home / ସ୍ୱାସ୍ଥ୍ୟ / ଓଡ଼ିଶା ରେ ଆଉ ୭୪୨୬ଜଣ କରୋନା ସଂକ୍ରମିତ ଚିହ୍ନଟ, ୮୫୭ଜଣ ଶିଶୁ ସଂକ୍ରମିତ – ୧୦ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଓଡ଼ିଶା ରେ ଆଉ ୭୪୨୬ଜଣ କରୋନା ସଂକ୍ରମିତ ଚିହ୍ନଟ, ୮୫୭ଜଣ ଶିଶୁ ସଂକ୍ରମିତ – ୧୦ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ୱର,୨୬/୧/୨୦୨୨ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ଆଉ ୭୪୨୬ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୩୦୬ ଜଣ କ୍ୱାରେଣ୍ଟାଇନ୍ ରୁ ଚିହ୍ନଟ ହୋଇଥିବା ବେଳେ ୩୧୨୦ ଜଣ ସ୍ଥାନୀୟ ସଂକ୍ରମିତ । ସେହିପରି ଚିହ୍ନଟ ହୋଇଥିବା ସଂକ୍ରମିତ ଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୮୫୭ଜଣ ଶିଶୁ ରହିଛନ୍ତି ।ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୦୯ଜଣ, ବାଲେଶ୍ୱର ଜିଲ୍ଲାରୁ ୪୯୬, ବରଗଡ଼ ଜିଲ୍ଲାରୁ ୧୩୪ଜଣ, ଭଦ୍ରକ ଜିଲ୍ଲାରୁ ୧୦୦ଜଣ, ବଲାଙ୍ଗୀର ଜିଲ୍ଲାରୁ ୨୦୭ଜଣ, ବୌଦ୍ଧ ଜିଲ୍ଲାରୁ ୯୮ଜଣ, କଟକ ଜିଲ୍ଲାରୁ ୫୪୮ଜଣ, ଦେଓଗଡ଼ ଜିଲ୍ଲାରୁ ୨୫ଜଣ, ଢେଙ୍କାନାଳ ଜିଲ୍ଲାରୁ ୩୭ଜଣ, ଗଜପତି ଜିଲ୍ଲାରୁ ୯୯ଜଣ, ଗଞ୍ଜାମ ଜିଲ୍ଲାରୁ ୩୪ଜଣ, ଜଗତସିଂହପୁର ଜିଲ୍ଲାରୁ ୧୨୯ଜଣ, ଯାଜପୁର ଜିଲ୍ଲାରୁ ୧୫୨ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୪୫ଜଣ, କଳାହାଣ୍ଡି ଜିଲ୍ଲାରୁ ୧୮୮ଜଣ, କନ୍ଧମାଳ ଜିଲ୍ଲାରୁ ୧୨୩ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୮୪ଜଣ, କେନ୍ଦୁଝର ଜିଲ୍ଲାରୁ ୧୩୬ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୯୫୯ଜଣ, କୋରାପୁଟ ଜିଲ୍ଲାରୁ ୧୫୯ଜଣ, ମାଲକାନଗିରି ଜିଲ୍ଲାରୁ ୬୭ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୬୬ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୧୭ଜଣ, ନୟାଗଡ଼ ଜିଲ୍ଲାରୁ ୨୪୫ଜଣ, ନୂଆପଡ଼ା ଜିଲ୍ଲାରୁ ୧୯୧ଜଣ, ପୁରୀ ଜିଲ୍ଲାରୁ ୧୦୬ଜଣ, ରାୟଗଡ଼ା ଜିଲ୍ଲାରୁ ୧୩୧ଜଣ, ସମ୍ବଲପୁର ଜିଲ୍ଲାରୁ ୧୬୦ଜଣ, ସୋନପୁର ଜିଲ୍ଲାରୁ ୨୧୨ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୭୭୮ଜଣ, ଷ୍ଟେଟ ପୁଲ୍ ରୁ ୩୯୧ଜଣ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୨୫୨୬୮ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।

ଅନ୍ୟ ପକ୍ଷରେ ଆଜି ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ଦୁଇ ଅଙ୍କ ଛୁଇଁଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ଏହି ମୃତକଙ୍କ ମଧ୍ୟରେ ଚାରି ଜଣ ମହିଳା ଥିବା ବେଳେ ୬ ଜଣ ପୁରୁଷ ଅଛନ୍ତି। ସୁନ୍ଦରଗଡ଼ ଓ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ଜଣ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବାବେଳେ ଅନୁଗୁଳ ଓ କନ୍ଧମାଳ ଜିଲ୍ଲାରୁ ଜଣେ ଲେଖାଏଁ ମୃତକ ଅଛନ୍ତି। ସୁନ୍ଦରଗଡ଼ ଜିଲ୍ଲାର ମୃତକଙ୍କ ଭିତରେ ୩୫ ବର୍ଷିୟ ଦୁଇ ଜଣ ପୁରୁଷ , ଜଣେ ୪୧ ଓ ଆଉଜଣେ ୫୫ ବର୍ଷୀୟା ମହିଳା ଅଛନ୍ତି। ଖୋର୍ଦ୍ଧା ଜିଲ୍ଲାର ୪ଜଣ ମୃତକଙ୍କ ମଧ୍ୟରେ ୩ ଜଣ କେବଳ ରାଜଧାନୀ ଭୁବନେଶ୍ବରର ଥିବା ଜଣାଯାଇଛି। ଏମାନଙ୍କ ଭିତରେ ୬୮ ଏବଂ ୫୯ ବର୍ଷିୟ ଦୁଇ ଜଣ ପୁରୁଷ ଓ ଜଣେ ୯୧ ବର୍ଷୀୟା ମହିଳା ଅଛନ୍ତି। ଠିକ୍ ସେହିପରି ଖୋର୍ଦ୍ଧା ଜିଲ୍ଲାର ଜଣେ ୫୬ ବର୍ଷୀୟା ମହିଳା ଅଛନ୍ତି। ଅନୁଗୁଳ ଜିଲ୍ଲାର ଜଣେ ୫୭ ବର୍ଷିୟ ଓ କନ୍ଧମାଳ ଜିଲ୍ଲାର ଜଣେ ୬୯ ବର୍ଷିୟ ପୁରୁଷ ମୃତ୍ୟୁ ବରଣ କରିଥିବା ଜଣାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୫୪୨କୁ ବୃଦ୍ଧି ପାଇଛି।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୨୫୨୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୧୪୨୧୬୧ଜଣ ସୁସ୍ଥ ହୋଇଛନ୍ତି । କରୋନାଜନିତ ମୃତ୍ୟୁ ସଂଖ୍ୟା ୮୫୪୨ ରେ ପହଂଚିଥିବାବେଳେ ୫୩ ଜଣ କରୋନା ସଂକ୍ରମିତ ଅନ୍ୟ ରୋଗରେ ମୃତ୍ୟୁ ବରଣ କରିଛନ୍ତି । ଆଉ ୭୪୫୧୨ ଜଣ ସକ୍ରୀୟ ସଂକ୍ରମିତ ଚିକିତ୍ସାଧିନ ଅଛନ୍ତି । ଗତକାଲି ସୁଦ୍ଧା ରାଜ୍ୟରେ ୨୭୩୧୮୯୧୫ ସାମ୍ପୁଲ ଟେଷ୍ଟ୍ ହୋଇଛି । ଓଡ଼ିଶା ସମାଚାର

About admin

Check Also

୪ ଶିଶୁ ଙ୍କ ସମେତ ୧୪ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର , ୧୫/୦୫/୨୦୨୨( ଓଡ଼ିଶା ସମାଚାର )-ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୧୪ ଜଣ କରୋନା ସଂକ୍ରମିତ …

Leave a Reply

Your email address will not be published. Required fields are marked *