କଟକ, ୨୬/୧/୨୦୨୨ (ଓଡ଼ିଶା ସମାଚାର)- ଅଗ୍ରଣୀ ସାମାଜିକସଂଗଠ “ଆଶ୍ବସ୍ତି ଫାଉଣ୍ଡେସନ’ ଏବଂ ବୀଣାପାଣି ଶିଶୁମନ୍ଦିର, ମଙ୍ଗଳାବାଗ ମଲାସାହି ମିଳିତ ଆନୁକୂଲ୍ୟରେ ୭୩ ତମ ପବିତ୍ର ସାଧାରଣତନ୍ତ୍ର ଦିବସ ମହା ଆଡମ୍ବରେ ପାଳିତ ହୋଇଯାଇଅଛି । ଏଥିରେ ମଙ୍ଗଳବାଗ ଥାନାର ସବ – ଇନିସପେକ୍ଟା ମନ୍ଦାକିନୀ ଗୁରୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ମଙ୍ଗଳବାଗ ଥାନାର ସହକର୍ମୀ ସବ ଇନିସ୍ପେକଟର କ୍ରିଷ୍ଣାମୟୀ ବରାଳ, ବୀଣାପାଣି ଶିଶୁମନ୍ଦିର ର ପ୍ରଧାନ ଆଚାର୍ୟ୍ୟ ମିହିର କୁମାର ମହାନା , ଶିଶୁମନ୍ଦିର ର ସମସ୍ତ ଗୁରୁ ମା ଏବଂ ଆଶ୍ବସ୍ତି ଫାଉଣ୍ଡେସନ ର ସମସ୍ତ କର୍ମକର୍ତ୍ତା ତାଙ୍କ ସହିତ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର
