ପାରଳାଖେମୁଣ୍ଡି , ୨୬/୧/୨୦୨୨ (ଓଡ଼ିଶା ସମାଚାର)- ଆଜି ଆମ୍ ଆଦମୀ ପାର୍ଟି ଗଜପତି ଜିଲ୍ଲା ତରଫରୁ ପାରଳାଖେମୁଣ୍ଡି ଓ ରାମସାଗର ଛକ ଠାରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କରଣ ସାହିରେ ଥିବା ଜିଲ୍ଲା କାର୍ଯ୍ୟାଳୟ ଠାରେ ଗଜପତି ଜିଲ୍ଲା କୃଷକ ସଂଘ ସଭାପତି ଶ୍ରୀ ସୂର୍ଯ୍ୟନାରାୟଣ ପଟ୍ଟନାୟକ ମୂଖ୍ୟ ଅତିଥି ଭାବେ
ଯୋଗ ଦେଇ ପତାକା ଉତ୍ତୋଳନ କରିଥିବା ବେଳେ ରାମ ସାଗର ଠାରେ ଆପ୍ ଗଜପତି ଜିଲ୍ଲା ମହିଳା ସଭାନେତ୍ରୀ ଶୈଳବାଳା ପଣ୍ଡା ପତାକା ଉତ୍ତୋଳନ କରିଥିଲେ। ଏହି ପରିପ୍ରେକ୍ଷୀରେ ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତ ଭାରତର ସମ୍ବିଧାନ ଓ ଗଣତନ୍ତ୍ର ଦିବସ ମହତ୍ତ୍ଵ ବିଷୟରେ ଉପସ୍ଥିତ ସାଥୀ ମାନଙ୍କୁ ସମ୍ବୋଧିତ କରିଥିଲେ। ଓଡ଼ିଶା ସମାଚାର
