ନୟାଗଡ଼,୨୫/୧/୨୦୨୨ (ଓଡ଼ିଶା ସମାଚାର)- ଏସଟିଏଫ୍ କୁ ମିଳିଛି ଏକ ବଡ଼ ସଫଳତା । ୪କେଜି ର ବ୍ରାଉନସୁଗାର, ନଗଦ ପ୍ରାୟ ୭୦ ଲକ୍ଷ ଟଙ୍କା, ୩ ଟି ମାଉଜର ଓ ବହୁ ପରିମାଣର ଜୀବନ୍ତ ଗୁଳି ଜବତ କରିଛି । ତେବେ ଏସଟିଏଫ ଚଢ଼ଉ କରିବା ସମୟରେ ଘରେ ଥିବା ଦମ୍ପତି ଘରର ଛାତ ବାଟେ ସିଢ଼ି ଲଗାଇ ଖସି ପଳାଇ ଯିବାକୁ ସକ୍ଷମ ହୋଇଛନ୍ତି ।
ମିଳିଥିବା ସୂଚନା ଅନୁସାରେ ନୟାଗଡ଼ ଟାଉନ୍ ଥାନା ଅଧୀନ ଉଦୟପଥ ଲେନ୍ ଅଞ୍ଚଳର ଏକ ଭଡ଼ା ଘର ଉପରେ ଗତକାଲି ରାତି ପ୍ରାୟ ୧୧ଟାରେ ଏସ୍ ଟି ଏଫ୍ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ଉକ୍ତ ଘର ମଧ୍ୟରୁ ୪କେଜି ର ବ୍ରାଉନସୁଗାର, ନଗଦ ପ୍ରାୟ ୭୦ ଲକ୍ଷ ଟଙ୍କା, ୩ ଟି ମାଉଜର ଓ ବହୁ ପରିମାଣର ଜୀବନ୍ତ ଗୁଳି ଜବତ ହୋଇଥିଲା ହେଲେ ଭଡ଼ାରେ ରହୁଥିବା ସମ୍ପୃକ୍ତ ଦମ୍ପତି ଘଟଣାସ୍ଥଳରୁ ଫେରାର ହେଇଯାଇଥିବା ଜଣାପଡ଼ିଛି। ଏସ୍ ଟି ଏଫ୍ ସମ୍ପୃକ୍ତ ଦମ୍ପତିଙ୍କୁ ଧରିବା ଲାଗି ଚଢ଼ାଉ ଜାରି ରଖିଥିବା କୁହାଯାଉଛି।ତାଙ୍କ ଘର ଖୋର୍ଦ୍ଧାରେ ହେଲେ ସେ ଏଠାରେ ୨ ମାସ ହେଲା ଭଡ଼ାରେ ରହୁି ଏହି କାରବାର ରେ ସମ୍ପୃକ୍ତ ରହିଛି । ଏହି ଅଭିଯୁକ୍ତଙ୍କ ସହ ସମ୍ପୃକ୍ତ ଜଣେ ବଡ଼ ବ୍ରାଉନସୁଗାର ବ୍ୟବସାୟୀ ପୂର୍ବରୁ ଗିରଫ ହୋଇଛନ୍ତି । ତାଙ୍କ ଠାରୁ ମିଳିଥିବା ସୂଚନା ଆଧାରରେ ଏହି ଚଢ଼ାଉ କରାଯାଇଥିଲା । ଓଡ଼ିଶା ସମାଚାର