Sunday , May 22 2022
Breaking News
Home / ନିର୍ବାଚନ / ୫ ଜଣ ସମିତିସଭ୍ୟ, ୩ ଜଣ ସରପଂଚ ଓ ୧୫ ଜଣ ୱାର୍ଡ ସଭ୍ୟ ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲେ

୫ ଜଣ ସମିତିସଭ୍ୟ, ୩ ଜଣ ସରପଂଚ ଓ ୧୫ ଜଣ ୱାର୍ଡ ସଭ୍ୟ ପ୍ରାର୍ଥୀପତ୍ର ପ୍ରତ୍ୟାହାର କଲେ

ରଘୁନାଥପୁର, ୨୫/୧/୨୦୨୨ (ଓଡ଼ିଶା ସମାଚାର)- ଆଜି ରଘୁନାଥପୁର ବ୍ଲକରେ ସମୁଦାୟ ୨୩ଜଣ ପ୍ରାର୍ଥୀ ସେମାନଙ୍କର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଛନ୍ତି । ରଘୁନାଥପୁର ବ୍ଲକର ଗୁଆଳିପୁର ପଂଚାୟତରେ ସମିତିସଭ୍ୟ ପ୍ରାର୍ଥୀ ଅମ୍ବିକା ପ୍ରସାଦ ଦାସ, ଧରାଧରପୁର ପଂଚାୟତରେ ସମିତିସଭ୍ୟ ପ୍ରାର୍ଥୀ ଜୟଶ୍ରୀ ଦାସ, ଯୁଗଳ କିଶୋର ମଲ୍ଲିକ, ପ୍ରଶାନ୍ତ ବାରିକ, ସୁଶାନ୍ତ କୁମାର ସାହୁ, ଧରାଧରପୁର ପଂଚାୟତର ସରପଂଚ ପ୍ରାର୍ଥୀ ଅର୍ଚ୍ଚନା ମୁଦୁଲି, ସାଦେଇପୁର ପଂଚାୟତର ସରପଂଚ ପ୍ରାର୍ଥୀ ଇପ୍ସିତା ମହାନ୍ତି, କିରଣ ବାଳା ମହାନ୍ତି ଆଜି ରଘୁନାଥପୁର ପଂଚାୟତ ସମିତି କାର୍ଯ୍ୟାଳୟକୁ ଆସି ବ୍ଲକ ନିର୍ବାଚନ ଅଧିକାରୀ ଜିତେନ୍ଦ୍ର କୁମାର ନାୟକଙ୍କ ନିକଟରେ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଛନ୍ତି । ସେହିପରି ରଘୁନାଥପୁର ବ୍ଲକର ବିଭିନ୍ନ ପଂଚାୟତରୁ ୧୫ ଜଣ ୱାର୍ଡ ସଭ୍ୟ ପ୍ରାର୍ଥୀମାନେ ମଧ୍ୟ ନିଜର ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଛନ୍ତି । ରଘୁନାଥପୁର ବ୍ଲକରୁ ସରପଂଚ ପ୍ରାର୍ଥୀ ୩ଜଣ, ସମିତିସଭ୍ୟ ପ୍ରାର୍ଥୀ  ୫ ଜଣ ଓ ୱାର୍ଡ ସଭ୍ୟ ପ୍ରାର୍ଥୀ ୧୫ ଜଣ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେବା ପରେ ରଘୁନାଥପୁର ବ୍ଲକରେ ସମୁଦାୟ ୭୧ ଜଣ ସମିତିସଭ୍ୟ ପ୍ରାର୍ଥୀ ଓ ୧୦୨ ଜଣ ସରପଂଚ ପ୍ରାର୍ଥୀ ଓ ୪୭୫ ଜଣ ୱାର୍ଡ ସଭ୍ୟ ପ୍ରାର୍ଥୀ ରହିଥିବା ବେଳେ ୯ଜଣ ୱାର୍ଡ ସଭ୍ୟ ପ୍ରାର୍ଥୀ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ଓଡ଼ିଶା ସମାଚାର

About admin

Check Also

‘ଶାନ୍ତି ପଥ’ର ଚତୁର୍ଥ ବାର୍ଷିକ ଉତ୍ସବ – ବୁଦ୍ଧ ଓ ଗାନ୍ଧୀଙ୍କ ପ୍ରାସଙ୍ଗିକତା ଆଜି ବି ରହିଛି

ଭୁବନେଶ୍ୱର , ୨୧/୦୫/୨୦୨୨( ଓଡ଼ିଶା ସମାଚାର )- ବିଶ୍ୱ ଶାନ୍ତି, ସମାଜ ସେବା, ଯୋଗ, ମାନବ କଲ୍ୟାଣର ସଂଗଠନ ‘ଶାନ୍ତି …

Leave a Reply

Your email address will not be published. Required fields are marked *