ଗରଦପୁର, ୨୫/୧/୨୦୨୨ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ବଡ଼ ବେତ୍ରା ପଂଚାୟତ ର ସମିତି ସଭ୍ୟ ପଦବୀ ଅନୁସୂଚୀତ ଜନଜାତି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଏହି ପଦବୀ ପାଇଁ କବିତା ଦାସ ଓ ଲକ୍ଷ୍ମୀ ଦାସ ନାମାଙ୍କନ ପତ୍ର ଦାଖଲ କରିଥିଲେ । ତେବେ ସଠିକ ଜାତିଗତ ପ୍ରମାଣପତ୍ର ଦେଇନପାରିବାରୁ କବିତା ଦାସ ଯାଂଚ ରେ କଟିଯାଇଥିଲେ । ଲକ୍ଷ୍ମୀ ଦାସ ଏକାକୀ ଏହି ପଦବୀ ପାଇଁ ଦାବିଦାର ଥିବାରୁ ଆଜି ପ୍ରାର୍ଥି ପତ୍ର ପ୍ରତ୍ୟାହାରର ଶେଷ ଦିବସରେ ଲକ୍ଷ୍ମୀ ଦାସ ବିନା ପ୍ରତିଦ୍ୱନ୍ଦୀତାରେ ବିଜୟୀ ହୋଇଥିବା ଜଣାପଡ଼ିଛି । ଉଲେଖନୀୟ ଏହିକି ଲକ୍ଷ୍ମୀ ଦାସ ଗରଦପୁର ବ୍ଲକ୍ ରେ ଲଗାତର ୩ ଥର ବିଜୟୀ ହେଲେଣି । ଏଥର ସମିତି ସଭ୍ୟ ପାଇଁ ବିଜୟୀ ହୋଇ ସେ ହାଟ୍ରିକ୍ କରିଛନ୍ତି । ପୂର୍ବରୁ ସେ ତିକନପୁର ପଂଚାୟତ ଓ ଗରଦପୁର ପଂଚାୟତ ପାଇଁ ମଧ୍ୟ ନିର୍ବାଚନରେ ବିଜୟୀ ହୋଇ ସମିତି ସଭ୍ୟ ନିର୍ବାଚିତ ହୋଇଥିଲେ । ସେ ବିଜେଡ଼ି ଦଳର ସମର୍ଥକ ଭାବେ ଜଣାଶୁଣା । ଓଡ଼ିଶା ସମାଚାର
