Friday , August 19 2022
Breaking News
Home / ନିର୍ବାଚନ / ବିଜେପିରୁ ଇସ୍ତଫା ଦେଇ ସ୍ୱାଧୀନ ଭାବେ ଲଢ଼ିଲେ ଜିଲ୍ଲା ମହିଳାନେତ୍ରୀ ସବିତା ରାଣୀ ଦାସ

ବିଜେପିରୁ ଇସ୍ତଫା ଦେଇ ସ୍ୱାଧୀନ ଭାବେ ଲଢ଼ିଲେ ଜିଲ୍ଲା ମହିଳାନେତ୍ରୀ ସବିତା ରାଣୀ ଦାସ

କିଶନନଗର ,୨୫/୦୧/୨୦୨୨(ଓଡିଶା ସମାଚାର /ଅଭୟ ଜେନା )- ପଞ୍ଚାୟତ ନିର୍ବାଚନ ଘୋଷଣା ହେଲା ପରେ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଦଳର ନେତାମାନେ ଟିକେଟ ବଣ୍ଟନ ରେ ଅସନ୍ତୋଷ ଜାହିରକରି ଦଳୀୟ ପଦ ପଦବୀରୁ ଇସ୍ତଫା ଦେଇ ସ୍ୱାଧୀନ ପ୍ରାର୍ଥି ଭାବେ ନିର୍ବାଚନ ଲଢୁଛନ୍ତି ।ଏଥିରୁ କଟକସଦର ବ୍ଲକ ବାଦ୍ ପଡ଼ିନାହିଁ। ବିଜେପି ମହିଳା ମୋର୍ଚ୍ଚା ର କଟକ ଜିଲ୍ଲା ସାଧାରଣ ସମ୍ପାଦିକା ସବିତା ରାଣୀ ଦାସ ୬ ନମ୍ବର ଜୋନ ଜିଲ୍ଲା ପରିଷଦ ଟିକେଟ ନ ମିଳିବାରୁ ଅସନ୍ତୋଷ ପ୍ରକାଶ କରି ଦଳୀୟ ପଦବୀରୁ ଇସ୍ତଫା ଦେଇ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି।ଏହି ଜୋନରେ ଦଳୀୟ ପଦବୀରୁ ଇସ୍ତଫା ଦେଇ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ୁଥୁବାରୁ ସ୍ଥାନୀୟ ବିଜେପି ଓ ବିଜେଡି ସଂଗଠନ ର ମୁଣ୍ଡବ୍ୟଥା ହୋଇପାରେ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।ସେ ସ୍ୱାଧୀନ ଭାବେ ଲଢ଼ି ନିର୍ବାଚନ ବୈତରଣୀ ପାର ହେବାରେ ସକ୍ଷମ ହୋଇପାରୁଛନ୍ତି ନା ନାହିଁ ତାହା ନିର୍ବାଚନ ପରେ ଜଣାପଡିବ ବୋଲି ଚର୍ଚ୍ଚା ହେଉଛି । ଓଡିଶା ସମାଚାର

About admin

Check Also

ଭାରତ ମାତା ସେବା ଅନୁଷ୍ଠାନ ତରଫରୁ ୩୭୫ ଫୁଟ ର ବିଶାଳ ତ୍ରିରଙ୍ଗା ଯାତ୍ରା

ଭୁବନ ୧୮/୦୮/୨୦୨୨(ଓଡ଼ିଶା ସମାଚାର)- ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଭାରତ ମାତା ସେବା ଅନୁଷ୍ଠାନ ଆନୁକୂଲ୍ୟରେ  ୩୭୫ ଫୁଟ …

Leave a Reply

Your email address will not be published.