Sunday , May 22 2022
Breaking News
Home / ନିର୍ବାଚନ / ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ କେନ୍ଦ୍ରାପଡାରେ ୧୩୧ ଜିଲ୍ଲା ପରିଷଦ ପ୍ରାର୍ଥୀ

ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ କେନ୍ଦ୍ରାପଡାରେ ୧୩୧ ଜିଲ୍ଲା ପରିଷଦ ପ୍ରାର୍ଥୀ

କେନ୍ଦ୍ରାପଡ଼ା, ୨୫/୧/୨୦୨୨ (ଓଡ଼ିଶା ସମାଚାର)- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ଆଜି ଥିଲା ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଶେଷ ଦିନ । କେନ୍ଦ୍ରାପଡା ଜିଲ୍ଲାରେ ମୋଟ ୧୪୨ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳଙ୍କ ଦ୍ୱାରା ପ୍ରାର୍ଥୀପତ୍ର ଯାଂଚ ପରେ ୩ଟି ନାକଚ ହୋଇଯାଇଥିଲା । ଆଜି ୮ଜଣ ସ୍ୱାଧୀନ ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେବା ପରେ ଆସନ୍ତା ନିର୍ବାଚନରେ ଆଉ ୧୩୧ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା ପାଇଁ ରହିଲେ ବୋଲି ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି । ସେଥିମଧ୍ୟରୁ ବିଜୁ ଜନତା ଦଳର ୩୨ଜଣ ପ୍ରାର୍ଥୀ ଥିବା ବେଳେ, କଂଗ୍ରେସର ୩୨ଜଣ, ବିଜେପିର ୩୨ଜଣ, ବହୁଜନ ସମାଜ ପାର୍ଟିର ୩ଜଣ, ସିପିଆଇର ୨ଜଣ, ସିପିଆଇ(ଏମ)ର ୨ଜଣ, ଆମ ଅଦମି ପାର୍ଟିର ୨ଜଣ, ଓଡିଶା ପ୍ରଗତି ଦଳର ଜଣେ, ଓଡିଶା ଜନତା ପାର୍ଟିର ୩ଜଣ ଓ ୨୨ଜଣ ସ୍ୱାଧୀନ ପ୍ରାର୍ଥୀ ରହିଲେ । ଓଡ଼ିଶା ସମାଚାର

About admin

Check Also

‘ଶାନ୍ତି ପଥ’ର ଚତୁର୍ଥ ବାର୍ଷିକ ଉତ୍ସବ – ବୁଦ୍ଧ ଓ ଗାନ୍ଧୀଙ୍କ ପ୍ରାସଙ୍ଗିକତା ଆଜି ବି ରହିଛି

ଭୁବନେଶ୍ୱର , ୨୧/୦୫/୨୦୨୨( ଓଡ଼ିଶା ସମାଚାର )- ବିଶ୍ୱ ଶାନ୍ତି, ସମାଜ ସେବା, ଯୋଗ, ମାନବ କଲ୍ୟାଣର ସଂଗଠନ ‘ଶାନ୍ତି …

Leave a Reply

Your email address will not be published. Required fields are marked *