Wednesday , May 18 2022
Breaking News
Home / ତାଜା ଖବର / ପରିବା ମାର୍କେଟ ରେ ମୋବାଇଲ ଲୁଟେରାଙ୍କୁ ଧରି ପୋଲିସ ଜିମା ଦେଲେ ସ୍ଥାନୀୟ ଲୋକ

ପରିବା ମାର୍କେଟ ରେ ମୋବାଇଲ ଲୁଟେରାଙ୍କୁ ଧରି ପୋଲିସ ଜିମା ଦେଲେ ସ୍ଥାନୀୟ ଲୋକ

ଭୁବନ,୨୫/୧/୨୦୨୨ (ଓଡ଼ିଶା ସମାଚାର)- ଭୁବନ ଏନଏସି ଅନ୍ତର୍ଗତ ଡାକବଙ୍ଗଳା ସମ୍ମୁଖରେ ବସୁଥିବା ଦୈନିକ ପରିବା ମାର୍କେଟରେ ରୀତିମତ ମୋବାଇଲ ଚୋରୀ ହେଉଥିଲା । ମାସକ ମଧ୍ୟରେ ପ୍ରାୟ ୨୦ ରୁ ଉଦ୍ଧ୍ୱର୍ ମୋବାଇଲ ଚୋରୀ ହୋଇଥିଲା । ଆଜି ସକାଳ ୯ ଘଟିକା ସମୟରେ ଏକକାଳୀନ ୩ ଟି ମୋବାଇଲ ଚୋରୀ ହେବା ଫଳରେ ଭୟସୃଷ୍ଟିହୋଇଥିଲା । ସମସ୍ତ ପ୍ରବେଶ ପଥ ବନ୍ଦ କରି ସ୍ଥାନୀୟ ଲୋକ ଓ ପରିବା ବିକ୍ରେତାମାନେ ଜଗି ରହିଥିଲେ । ସନ୍ଦେହ ଜନକ ଭାବେ ବୁଲୁଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ଧରିବା ପରେ ସେମାନଙ୍କ ନିକଟରୁ ୩ ଟି ମୋବାଇଲ ଓ ଗୋଟିଏ ବାଇକ ଉଦ୍ଧାର ହୋଇଥିଲା । ଏହାପରେ ଉତ୍ୟକ୍ତଲୋକେ ଚୋର ଦୁଇଜଣଙ୍କୁ ନିସ୍ତୁକ ମାଡ ମାରିବାସହ ପୋଲିସକୁ ଖବର ଦେଇଥିଲେ । ଭୁବନ ଥାନା ଏଏସଆଇ ପ୍ରଦୀପ କୁମାର ସତପଥି ସଦଳ ବଳେ ପହଁଚି ଲୁଟେରା ଦୁଇ ଜଣ ଙ୍କୁ ଲୋକଙ୍କ କବଳରୁ ଉଦ୍ଧାରକରି ଥାନାକୁ ନେଇଯାଇଥିଲା । ଲୁଟେରା ଦୁଇ ଜଣ ହେଲେ ବିହାର ରାଜ୍ୟର ମାଇକେଲ ସନ୍ତୋଷ ଓ କୁମାର ଅକ୍ଷୟ । ସଂପୃକ୍ତ ଲୁଟେରାମାନେ ବିହାର ରାଜ୍ୟର ଓ ସେମାନେ କଳିଙ୍ଗନଗରରେ ରହି ଗୋଟିଏ ଗ୍ୟାଙ୍ଗହୋଇ ବିଭିନ୍ନହାଟ , ବଜାର ଓ ଗହଳି ସ୍ଥାନରେ ଏଭଳି ଲୁଟପାଟ କରୁଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଆନ୍ତରାଜ୍ୟ ମୋବାଇଲ ଲୁଟେରା ଧରା ପଡିବା ପରେ ନିକଟ ଅତୀତରେ ଚୋରୀହୋଇଥିବା ମୋବାଇଲ ଉଦ୍ଧାର ହେବବୋଲି ପୋଲିସ ଆଶାବ୍ୟକ୍ତ କରିଛି । ଓଡ଼ିଶା ସମାଚାର

About admin

Check Also

ରାସ୍ତା ଦୂର୍ଘଟଣାରେ ଜଣେ ମୃତ

କେନ୍ଦ୍ରାପଡ଼ା, ୧୫/୦୫/୨୦୨୨( ଓଡ଼ିଶା ସମାଚାର )-  ଏକ ସଡକ ଦୂର୍ଘଟଣାରେ ଜଣେ ଯୁବକଙ୍କର ମୃତୁ୍ୟ ହୋଇଯାଇଥିବା ଜଣାପଡିଛି । କଟକ- …

Leave a Reply

Your email address will not be published. Required fields are marked *