ଭୁବନେଶ୍ୱର , ୨୫/୧/୨୦୨୨ (ଓଡ଼ିଶା ସମାଚାର)- ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ପଦ୍ମ ପୁରସ୍କାର ତାଲିକା ଘୋଷଣା କରାଯାଇଛି । ଓଡ଼ିଶାର ୬ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ଘୋଷଣା କରାଯାଇଛି । ବିଶିଷ୍ଟ ଓଡ଼ିଆ ସାହିତ୍ୟିକ ପ୍ରତିଭା ରାୟ ଙ୍କୁ ପଦ୍ମ ଭୂଷଣ ସମ୍ମାନ ଘୋଷଣା କରାଯାଇଛି ।ସେହିପରି ସମାଜ ସେବା ପାଇଁ ଶ୍ରୀମଦ ବାବା ବଳିଆ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ପାଇଁ ଆଦିତ୍ୟ ପ୍ରସାଦ ଦାଶ, କଳା କ୍ଷେତ୍ରରେ ଇଲ୍ଲେଖନୀୟ ଅବଦାନ ପାଇଁ ଶ୍ୟାମାମଣୀ ଦେବୀ, ସାହିତ୍ୟ ଓ ଶିକ୍ଷା ପାଇଁ ନୃସିଂହ ପ୍ରସାଦ ଗୁରୁ, ପ୍ରଶାସନିକ ସେବା ପାଇଁ ଗୁରୁ ପ୍ରସାଦ ,ଅଲମ୍ପିକ୍ ପଦକ ବିଜେତା ପାରା ଆଥଲେଟ୍ ପ୍ରମୋଦ ଭଗତଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିବ । ଓଡ଼ିଶା ସମାଚାର
Check Also
କିଏ କେଉଁଠି ପତାକା ଉତୋଳନ କରିବେ
ଭୁବନେଶ୍ୱର,୦୮/୦୮/୨୦୨୨(ଓଡ଼ିଶା ସମାଚାର)- ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସ ରେ ରାଜ୍ୟସ୍ତରୀୟ ପରେଡରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ …