ଗରଦପୁର, ୨୫/୧/୨୦୨୨ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଜାରି ରହିଛି । ଆଜି ପ୍ରାର୍ଥିପତ୍ର ଶେଷ ଦିନରେ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ଗରଦପୁର ବ୍ଲକ୍ ରେ ମୋଟ୍ ୧୮ ଟି ପଂଚାୟତ ରହିଛି । ୧୮ ଟି ପଂଚାୟତରେ ୧୮ ସରପଂଚ , ୧୮ ସମିତି ସଭ୍ୟ ଓ ୩ ଟି ଜିଲା ପରିଷଦ ଜୋନ୍ ରୁ ୩ ଜିଲା ପରିଷଦ ସଦସ୍ୟ ଏହିପରି ମୋଟ୍ ୩୯ ଜଣ ଖେଳୁଆଡ଼ ଏସବୁ ପଦବୀ ଗୁଡ଼ିକରେ ଗତ ୫ ବର୍ଷ ହେଲା ରାଜନୀତି ଖେଳୁଥିଲେ । ଏବେ ସେହି ପଂଚାୟତ ରଣଭୂମି ର ମଇଦାନରୁ ୨ ଜଣ ଙ୍କୁ ବାଦ ଦେଲେ ୩୭ ଜଣ ପୁରୁଣା ଖେଳୁଆଡ଼ ମଇଦାନରୁ ବାଦ ପଡ଼ିଛନ୍ତି । ବ୍ଲକ୍ ର ୯ ନମ୍ବର ଜୋନ୍ ର ଜିଲା ପରିଷଦ ସଦସ୍ୟ ୧୦ ନମ୍ବର ଜୋନ୍ ରେ ସ୍ୱାଧିନ ପ୍ରାର୍ଥି ଭାବରେ ନାମାଙ୍କନ ଦାଖଲ କରି ପୁନର୍ବାର ରାଜନୀତି ମଇଦାନକୁ ଆସିଛନ୍ତି । ସେହିପରି ୧୦ ନମ୍ବର ଜୋନ୍ ର ଜିଲା ପରିଷଦ ସଦସ୍ୟା ସୁଜାତା ରାଉତରାୟ ତିକନପୁର ପଂଚାୟତରେ ସମିତି ସଭ୍ୟା ପ୍ରାର୍ଥିନୀ ଭାବରେ ଅବତୀର୍ଣ୍ଣ ହୋଇଛନ୍ତି । ଏତଦବ୍ୟତୀତ ପଂଚାୟତ ସମିତି ଅଧ୍ୟକ୍ଷା ସ୍ୱର୍ଣ୍ଣପ୍ରଭା ସେଠୀ ,ଉପାଧ୍ୟକ୍ଷ ସମିର ମହାପାତ୍ର, ଜିଲା ପରିଷଦ ସଦସ୍ୟା ଅହଲ୍ୟା ଲେଙ୍କା କୌଣସି ବି ପଦବୀ ରେ ଲଢ଼ୁନାହାନ୍ତି । ସେହିପରି ସରପଂଚ ଅରୁଣ ନାୟକ , ସରପଂଚ ଦିଲିପ ନାୟକ, ସରପଂଚ ରେଣୁକା ସାମଲ, ସରପଂଚ ଦିପିକା ପ୍ରିୟଦର୍ଶିନୀ, ସରପଂଚ ରୋଜାଲିନ୍ ସେଠୀ, ସରପଂଚ ଆରତି ମଲିକ୍ କୌଣସି ନିର୍ବାଚନ ଲଢ଼ୁନଥିଲାବେଳେ ଭଗବାନପୁର ସରପଂଚ ୨ ମାସ ତଳେ ମୃତ୍ୟୁ ବରଣ କରିଛନ୍ତି । ଅଧିକନ୍ତୁ ସାନଅଢ଼ଙ୍ଗା ସରପଂଚ ସ୍ୱର୍ଣ୍ଣଲତା ନାୟକ, ବେଡ଼ାରୀ ସରପଂଚ ଗୋକୁଳାନନ୍ଦ ବେହେରା, ପାଟକୁରା ସରପଂଚ ସୂର୍ଯ୍ୟମଣି ସେଠୀ , ଗରଦପୁର ସରପଂଚ ସୁକାନ୍ତୀ ମୁଦୁଲୀ, ପାଖଡ଼ ସରପଂଚ ଗୌରାଙ୍ଗ ପରିଡ଼ା, କଳାବୁଦା ସରପଂଚ ପ୍ରକାଶ ଚନ୍ଦ୍ର ସାହୁ, ତଳକୁସୁମା ସରପଂଚ ମମତା ନାୟକ, ପଦ୍ମପୁର ସରପଂଚ ସ୍ୱର୍ଣ୍ଣଲତା ରାଉତ, ପଳସୁଧା ସରପଂଚ ଅନୁଜ ମହାନ୍ତି ଓ ତେଣ୍ଡାକୁଡ଼ା ସରପଂଚ ମଳୟାବାସିନୀ ମହାନ୍ତି ପ୍ରମୁଖ ପ୍ରତ୍ୟକ୍ଷ ରାଜନୀତି ରେ ଅଂଶ ଗ୍ରହଣ କରିନାହାନ୍ତି, କୌଣସି ପଦବୀ ପାଇଁ ନାମାଙ୍କନ ଦାଖଲ କରିନାହାନ୍ତି । ସେହିପରି କୌଣସି ସମିତି ସଭ୍ୟ ମଧ୍ୟ ଚଳିତ ନିର୍ବାଚନରେ ପୁନର୍ବାର ପ୍ରାର୍ଥି ହୋଇନାହାନ୍ତି । ଓଡ଼ିଶା ସମାଚାର
