Tuesday , August 9 2022
Breaking News
Home / ବିଶେଷ / ନେତାଜୀ ସୁବାଷ ବୋଷଙ୍କ ୧୨୫ତମ ଜୟନ୍ତୀ ପାଳିତ

ନେତାଜୀ ସୁବାଷ ବୋଷଙ୍କ ୧୨୫ତମ ଜୟନ୍ତୀ ପାଳିତ

କେନ୍ଦ୍ରାପଡ଼ା,୨୫/୧/୨୦୨୨ (ଓଡ଼ିଶା ସମାଚାର)- ସାରା ଓଡିଶା ନେତାଜୀ ସୁବାଷ ୧୨୫ତମ ଜୟନ୍ତୀ କମିଟି, କେନ୍ଦ୍ରାପଡା ଶାଖାର ସଭାପତି ଡଃ. ବାସୁଦେବ ଦାସଙ୍କ ପୌରହିତ୍ୟରେ ସ୍ଥାନୀୟ ନାଉପାଳ ଠାରେ କୋଭିଡ ନିୟମ ଅନୁପାଳନ ପୂର୍ବକ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ନେତାଜୀଙ୍କ ଫଟୋଚିତ୍ରରେ ସାମୁହିକ ମାଲ୍ୟାର୍ପଣ ପରେ ନେତାଜୀଙ୍କ ସମ୍ପର୍କରେ ରଚିତ ଏକ ସଂଗୀତ କଣ୍ଠଶିଳ୍ପୀ ଗୋଲକ କୁମାର ସେଠୀ ପରିବେଷଣ କରିଥିଲେ । ଜୟନ୍ତୀ କମିଟିର କେନ୍ଦ୍ରାପଡା ଶାଖା ସମ୍ପାଦକ ପବିତ୍ର ମୋହନ ପଟ୍ଟନାୟକ, ବରିଷ୍ଠ କର୍ମକର୍ତା ହୀରାମଣି ରାଉତ, ଏଲୀନା ସାମନ୍ତରାୟ, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଶୁଭାଂଶୁ କୁମାର ଦାସ, ସମାଜସେବୀ ପ୍ରହ୍ଲାଦ ନାୟକ, ଜୟନ୍ତୀ ଜେନା, ସରୋଜିନୀ ପ୍ରଧାନ, କନକଲତା ପରିଡା, ରୋଜିନା ବିବି, ବ୍ରଜବାଳା ନାୟକ, ସୌମ୍ୟା ନାୟକ ପ୍ରମୁଖ ନେତାଜୀଙ୍କ ଜୀବନ ସଂଗ୍ରାମ ଓ ସ୍ୱାଧୀନତା ସଂଗ୍ରାମ ପ୍ରତିଥିବା ଅମୂଲ୍ୟ ଅବଦାନ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ନେତାଜୀ ସୁବାଷ ବୋଷଙ୍କ ପରି ସଂଗ୍ରାମୀ ସାରା ବିଶ୍ୱ ଇତିହାସରେ ବିରଳ । ଜୀବନତମାମ ସେ ଖାଲି ଦେଇ ଦେଇ ଚାଲିଗଲେ । ନେତାଜୀ ସବୁଦିନ ଲାଗି ପ୍ରତ୍ୟେକ ଭାରତୀୟଙ୍କ ମନ ଓ ହୃଦୟରେ ମହାନ ସଂଗ୍ରାମୀ ଭାବରେ ବଂଚିି ରହିଥିବେ ବୋଲି ବକ୍ତାମାନେ ମତବ୍ୟକ୍ତି କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅବ୍ୟବସ୍ଥା ମଧ୍ୟରେ କିଶନନଗର ତହସିଲରେ ଜନଶୁଣାଣୀ

କଟକ ସଦର, ୦୮/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲରେ ଆଜି (ସୋମବାର ) ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଥିବା …

Leave a Reply

Your email address will not be published.