ରଘୁନାଥପୁର, ୨୫/୧/୨୦୨୨ (ଓଡ଼ିଶା ସମାଚାର)- ନୃସିଂହ ସାରଙ୍କ ଆଦର୍ଶରେ ଶିକ୍ଷକ ସମାଜ ଅନୁପ୍ରାଣିତ ହେବାକୁ ଆଜି ରଘୁନାଥପୁର ବ୍ଲକ ଅନ୍ତର୍ଗତ କନ୍ଦରାପାଟି ଗ୍ରାମରେ ଅନୁଷ୍ଠିତ ଆଦର୍ଶ ଶିକ୍ଷକ ନୃସିଂହ ଚରଣ ନାୟକଙ୍କର ଶ୍ରାଦ୍ଧୋତ୍ସବରେ ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସ୍ୱାଇଁ ଯୋଗଦେଇ ଏହା କହିଥିଲେ । ଶ୍ରୀ ସ୍ୱାଇଁ ଆହୁରି କହିଲେ ଯେ ନୃସିଂହ ସାରଙ୍କର ଆଦର୍ଶ, ଦିଗଦର୍ଶନ, ଆର୍ଶୀବାଦ, ଅନୁସାସନ ଓ ପ୍ରେରଣାକୁ ପାଥେୟକରି ଆଜି ମୁଁ ଏହି ସ୍ଥରରେ ପଂହଚି ପାରିଛି ବୋଲି କହିଥିଲେ । ଏଥିରେ ମୁଖ୍ୟ ପୁରୋଧା ଭାବେ ବ୍ରହ୍ମା ଅବଧୂତ ଦିନବନ୍ଧୁ ବାବା, ବ୍ରହ୍ମା ଅବଧୂତ ସନ୍ୟାସୀ ବାବା, ବ୍ରହ୍ମା ଅବଧୂତ ସଂଜୟ ବାବା ଯୋଗଦେଇ ନୃସିଂହ ସାର ଏ ଅଂଚଳରେ ମହିମା ଧର୍ମର ପ୍ରଚାର ପ୍ରସାର କରିବାରେ ଅଗ୍ରଣୀ ଭୂମିକା ନେଇଥିଲେ ବୋଲି କହିଥିଲେ । ଏଥିରେ ବାଲିକୁଦା କଲେଜର ଅଧ୍ୟକ୍ଷ ପ୍ରାଧ୍ୟାପକ ଦେବେନ୍ଦ୍ର ନାଥ ବାରିକ ପୌରହିତ୍ୟ କରିଥିଲେ । ଏଥିରେ ଶିକ୍ଷାବିତ୍ ସୁରେଶ ଚନ୍ଦ୍ର ରାଉତ, ବିସି କଲେଜର ପୂର୍ବତନ ଅଧ୍ୟକ୍ଷ ରମାରଂଜନ ସ୍ୱାଇଁ, ଅଧ୍ୟାପକ ଭଗବାନ ବିଶ୍ୱାଳ, ଅଧ୍ୟାପକ ଆଶିଷ କୁମାର ଚକ୍ରବର୍ତୀ, ସମାଜସେବୀ ବିଜନ ମହାପାତ୍ର, ପ୍ରଧାନ ଶିକ୍ଷକ ଜଗତ୍ ଜୀବନ ରାଉତ, ଶିକ୍ଷାବିତ୍ ପ୍ରାଣକୃଷ୍ଣ ନାୟକ, ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ଶ୍ୟାମ ସୁନ୍ଦର ନାୟକ, ବାମନ ଚନ୍ଦ୍ର ନାୟକ, ବୈଷ୍ଣବ ଚରଣ ବେହେରା ପ୍ରମୁଖ ଯୋଗଦେଇ ନୃସିଂହ ସାରଙ୍କର ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ରାଜେନ୍ଦ୍ର ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଏହି ଉତ୍ସବକୁ ଦେବବ୍ରତ ନାୟକ, ପ୍ରିୟବ୍ରତ ନାୟକ, ଦ୍ରୁଢବ୍ରତ ନାୟକ, ବ୍ରହ୍ମାନନ୍ଦ ନାୟକ, ସତ୍ୟବ୍ରତ ନାୟକ ପ୍ରମୁଖ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର
