Sunday , May 22 2022
Breaking News
Home / ନିର୍ବାଚନ / ନିଶ୍ଚିନ୍ତକୋଇଲି ବ୍ଲକ ରେ ଜଣେ ସମିତି ସଭ୍ୟା ଓ ୫୦ରୁ ଉର୍ଧ୍ଵ ୱାର୍ଡ ସଭ୍ୟ ନିର୍ଦ୍ବନ୍ଦ୍ଵ ରେ ନିର୍ବାଚିତ

ନିଶ୍ଚିନ୍ତକୋଇଲି ବ୍ଲକ ରେ ଜଣେ ସମିତି ସଭ୍ୟା ଓ ୫୦ରୁ ଉର୍ଧ୍ଵ ୱାର୍ଡ ସଭ୍ୟ ନିର୍ଦ୍ବନ୍ଦ୍ଵ ରେ ନିର୍ବାଚିତ

 ନିଶ୍ଚିନ୍ତକୋଇଲି, ୨୫/୦୧/୨୦୨୨(ଓଡିଶା ସମାଚାର /ଅଭୟ ଜେନା ) – ନିଶ୍ଚିନ୍ତକୋଇଲି ବ୍କକ୍ ସଭା ଗୃହରେ ନିର୍ବାଚନ ଅଧିକାରୀ  କର୍ଣଦେବ ସମାଦାରଙ୍କ ନେତୃତ୍ବରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ମାନଙ୍କ ଚୁଡାନ୍ତ ତାଲିକା ଏବଂ ଓଡିଆ ବର୍ଣମାଳା ଅନୁଯାୟୀ ନିର୍ବାଚନ ସଂକେତ ପ୍ରଦାନ କାର୍ୟ୍ୟକ୍ରମ ଜୋରଦାର ଚାଲୁରହିଥିବା ବେଳେ ଜି ପି ଇ ଓ  ଜନ୍ମେଜୟ ରାଉତଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ପଂଚାୟତ କାର୍ୟ୍ୟନିର୍ବାହୀ  ଅଧିକାରୀମାନେ ସୁଚାରୁ ରୂପେ ଏହି କାର୍ୟ୍ୟ ଶେଷ ହେବା ପରେ ଅତିରିକ୍ତ ବିଡିଓ ସୁଶାନ୍ତ କୁମାର ରଣାଙ୍କ ନିର୍ଦ୍ଦେଶରେ ବ୍ଲକ୍ ନୋଟିସ୍ ବୋର୍ଡରେ ସମସ୍ତ ତାଲିକା ପ୍ରଦର୍ଶିତ ହୋଇଛି । ଏହାଛଡା ପ୍ରତ୍ୟେକ ପଞ୍ଚାୟତ କାର୍ୟ୍ୟାଳୟର ନୋଟିସ୍ ବୋର୍ଡ ରେ ମଧ୍ୟ ପଞ୍ଚାୟତ ନିର୍ବାଚନ ଅଧିକାରୀମାନେ ଚୁଡାନ୍ତ ପ୍ରାର୍ଥୀ ତାଲିକା ଓ ସେମାନଙ୍କର ନିର୍ବାଚନ ସଂକେତ ସମ୍ବନ୍ଧିୟ ସମସ୍ତ ତଥ୍ୟ ପ୍ରଦର୍ଶିତ କରିଛନ୍ତି । ଏହି କାର୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିବାରେ ବ୍ଲକ୍ ପ୍ରଗତି ଅଧିକାରୀ ବିଷ୍ଣୁଚରଣ ବେହେରା ସକ୍ରିୟ ସହଯୋଗ କରିଥିଲେ ।ଅନ୍ତିମ ଖବର ଅନୁଯାୟୀ, କଳମିଶ୍ରି ପଞ୍ଚାୟତ ସମିତି ସଭ୍ୟା ପ୍ରାର୍ଥୀନୀ ସୌଦାମିନୀ ବିଶ୍ୱାଳ ନିର୍ଦ୍ବନ୍ଦ୍ଵ ରେ ନିର୍ବାଚିତ ହୋଇଥିବା ବେଳେ, ୫୦ରୁ ଉର୍ଧ୍ଵ ୱାର୍ଡ ସଭ୍ୟ ନିର୍ଦ୍ବନ୍ଦ୍ଵ ରେ ନିର୍ବାଚିତ ହୋଇଛନ୍ତି  ।  ସେହିପରି ୧୩ଜଣ ସମିତି ସଭ୍ୟ, ୯ଜଣ ସରପଞ୍ଚ ଓ ୩୭ଜଣ ୱାର୍ଡ ସଭ୍ୟ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିଥିବା ଜଣାଯାଇଛି  । ଓଡିଶା ସମାଚାର

About admin

Check Also

‘ଶାନ୍ତି ପଥ’ର ଚତୁର୍ଥ ବାର୍ଷିକ ଉତ୍ସବ – ବୁଦ୍ଧ ଓ ଗାନ୍ଧୀଙ୍କ ପ୍ରାସଙ୍ଗିକତା ଆଜି ବି ରହିଛି

ଭୁବନେଶ୍ୱର , ୨୧/୦୫/୨୦୨୨( ଓଡ଼ିଶା ସମାଚାର )- ବିଶ୍ୱ ଶାନ୍ତି, ସମାଜ ସେବା, ଯୋଗ, ମାନବ କଲ୍ୟାଣର ସଂଗଠନ ‘ଶାନ୍ତି …

Leave a Reply

Your email address will not be published. Required fields are marked *