ଜୁନାଗଡ଼, ୨୫/୧/୨୦୨୨ (ଓଡ଼ିଶା ସମାଚାର/ରାକେଶ ବେମାଲ ): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ର ନକଟିଗୁଡା ପଂଚାୟତ ର ୮ ଜଣ ୱାର୍ଡ ମେମ୍ବର ନିର୍ଦ୍ୱନ୍ଦ ରେ ନିର୍ବାଚିତ ହେବେ । ନକଟିଗୁଡା ପଂଚାୟତ ରେ ୧୧ ଗୋଟି ୱାର୍ଡ ଅଛି । ସେଥିମଧ୍ୟରୁ ୮ ଗୋଟି ୱାର୍ଡ ର ୱାର୍ଡ ମେମ୍ବର ଅପ୍ରତିଦ୍ବନ୍ଦିତା ଥିବା ବେଳେ ୩ ନମ୍ବର ୱାର୍ଡ ପାଇଁ କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରି ନ ଥିଲେ । ଅନ୍ୟ ୨ ଗୋଟି ୱାର୍ଡ ରେ ଜୋରଦାର ପ୍ରତିଯୋଗିତା ହେବା ର ଜଣା ଯାଇଛି । ନିର୍ବାଚନ ରେ ୪ନଂ ୱାର୍ଡ ପାଇଁ କ୍ଷୀରାବ୍ଧି ମାଝୀ ,୫ନଂ ପାଇଁ ନନ୍ଦ କିଶୋର ନାଏକ,୬ନଂ ପାଇଁ ୭ ନ,ପଙ୍କଜିନି ସରାଫ ,ବାସନ୍ତୀ ଦୁର୍ଗା,୮ନଂ ପାଇଁ ସଂକୀର୍ତ୍ତନ ନାଏକ,୯ନଂ ପାଇଁ ରିତା ନାଏକ,୧୦ନଂ ପାଇଁ ଦୁର୍ବାକ୍ଷ ମେହେର ଏବଂ୧୧ନଂ ପାଇଁ ମମିତା ନାଏକ ପ୍ରମୁଖ ନିର୍ଦ୍ୱନ୍ଦ ରେ ନିର୍ବାଚିତ ହେବା ସୂଚନା ମିଳିଛି।ଓଡ଼ିଶା ସମାଚାର
