Wednesday , May 18 2022
Breaking News
Home / ନିର୍ବାଚନ / ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀଙ୍କ ଘର ଘର ବୁଲି ପ୍ରଚାର ଆରମ୍ଭ କଲେ

ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀଙ୍କ ଘର ଘର ବୁଲି ପ୍ରଚାର ଆରମ୍ଭ କଲେ

ରଘୁନାଥପୁର, ୨୫/୧/୨୦୨୨ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକର ୧ନଂ ଜୋନର ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ରିନାରାଣୀ ମଲ୍ଲିକ ଆଜି ଘର ଘର ବୁଲି ଭୋଟ ଭିକ୍ଷା କରିଛନ୍ତି । ପ୍ରକାଶଥାଉକି, ରଘୁନାଥପୁର ବ୍ଲକର ଜୋନ ୧ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ଶ୍ରୀମତି ମଲ୍ଲିକ ଆଜି ଗୁଆଳିପୁର ପଂଚାୟତର କପାଳେଶ୍ୱର, କୁର୍ତାଙ୍ଗ ଓ ଗୁଆଳିପୁର ଗ୍ରାମର ପ୍ରତ୍ୟେକ ଘର ଘର ବୁଲି ଭୋଟର ମାନଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ଓ ଶିଶୁ ଜନ୍ମ ଠାରୁ ମୃତୁ୍ୟ ପର୍ଯ୍ୟନ୍ତ ଶହ ଶହ ଜନକଲ୍ୟାଣ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ବୁଝାଇବା ସହିତ ତାଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ । ତାଙ୍କ ସହିତ ସମାଜସେବୀ ଜ୍ଞାନରଂଜନ ପଟ୍ଟନାୟକ, ରଘୁନାଥପୁର ବ୍ଲକ ବିଜୁ ଛାତ୍ର ଜନତା ଦଳର ସମ୍ପାଦକ ସୁଭମ ପଟ୍ଟନାୟକ, ବିଜୁ ଯୁବଜନତା ଦଳ ସାଧାରଣ ସମ୍ପାଦକ ଅଜିତ୍ ମହାରଣା, ଯୁବନେତା ପ୍ରକାଶ କୁମାର ମଲ୍ଲିକ ପ୍ରମୁଖ ଯାଇ ଘର ଘର ବୁଲି ବିଜେଡିକୁ ଭୋଟ ଦେବାକୁ ଲୋକମାନଙ୍କୁ ନିବେଦନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଭାଗବତ ଟୁଙ୍ଗି ରେ ଭଗବତ ଆଲୋଚନା ଓ ଭଜନ ସନ୍ଧ୍ୟା

 ନିଶ୍ଚିନ୍ତକୋଇଲି, ୧୮/୦୫/୨୦୨୨(ଓଡିଶା ସମାଚାର/ ଅଭୟ ଜେନା)- ନିଶ୍ଚିନ୍ତକୋଇଲି ବ୍ଲକ କଳମିଶ୍ରି ପଞ୍ଚାୟତ ଦାମୋଦରପୁର ଠାରେ ସ୍ଥାପିତ ଭାଗବତ ଟୁଙ୍ଗି ପରିସରରେ …

Leave a Reply

Your email address will not be published. Required fields are marked *