ଗରଦପୁର, ୨୫/୧/୨୦୨୨ (ଓଡ଼ିଶା ସମାଚାର)- ଜାତୀୟ ମତଦାତା ଦିବସ ପାଳନ ଅବସରରେ ବ୍ଲକ୍ ସ୍ତରରେ ପ୍ରସଂଶନୀୟ କାର୍ଯ୍ୟ କରୁଥିବା ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସେହି ପରିପ୍ରେକ୍ଷୀରେ ଗରଦପୁର ବ୍ଲକ୍ ର ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବୈଜୟନ୍ତୀ ବେହେରା ଭଗବାନପୁର ଓ ବଙ୍ଗାଳପୁର ପଂଚାୟତରେ କାର୍ଯ୍ୟରତ ଅଛନ୍ତି । ଅଧିକନ୍ତୁ ତାଙ୍କୁ ଡ଼ିଏଲଓ ସୁପରଭାଇଜର ଭାବରେ ନିଯୁକ୍ତ କରାଯାଇଛି । ବୁଥ ନମ୍ବର ୧୪୬ , ୧୮୬, ୧୮୭, ୧୮୮, ୧୮୯,୧୯୦,୧୯୧,୧୯୨,୧୯୩ ଓ ୧୯୪ ରେ ଭୋଟର ତାଲିକା ସଂଶୋଧନ ସହିତ ଭୋଟର ସଚେତନତା କାର୍ଯ୍ୟକ୍ରମ କରିବାରେ ସେ ଦକ୍ଷତା ପ୍ରତିପାଦନ କରିଛନ୍ତି । ସେଥିପାଇଁ ତାଙ୍କ ନାମକୁ ଗରଦପୁର ବ୍ଲକ୍ ବିଡ଼ିଓ ରଂଜିତ କୁମାର ମଲିକ୍ କେନ୍ଦ୍ରାପଡ଼ା ଜିଲାପାଳଙ୍କ କାର୍ଯ୍ୟାଳୟକୁ ସୁପାରିଶ କରିଥିଲେ । କେନ୍ଦ୍ରାପଡ଼ା ଜିଲାପାଳଙ୍କ ସଦଭାବନା ସଭା ଗୃହରେ ଆୟୋଜିତ ଉତ୍ସବରେ ବୈଜୟନ୍ତୀ ବେହେରାଙ୍କୁ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି । ସେଥିପାଇଁ ସେ ପିଇଓ କୈଳାଶ ଚନ୍ଦ୍ର ବେହେରାଙ୍କ ସମେତ ବ୍ଲକ୍ ର ସମସ୍ତ କର୍ମଚାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଓଡ଼ିଶା ସମାଚାର
