Saturday , August 13 2022
Breaking News
Home / ନିର୍ବାଚନ / କୂଳସରିଚୁଆଁ ପଞ୍ଚାୟତ ନିର୍ବାଚନ : ବିଶିଷ୍ଟ ଶିକ୍ଷାବିତ୍ ତ୍ରିଲୋଚନ ଦଳାଇଙ୍କ ନାମାଙ୍କନ 

କୂଳସରିଚୁଆଁ ପଞ୍ଚାୟତ ନିର୍ବାଚନ : ବିଶିଷ୍ଟ ଶିକ୍ଷାବିତ୍ ତ୍ରିଲୋଚନ ଦଳାଇଙ୍କ ନାମାଙ୍କନ 

କଟକ, ୨୫/୧/୨୦୨୨ (ଓଡ଼ିଶା ସମାଚାର)-  ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀ ମାନଙ୍କର ନାମାଙ୍କନ ପତ୍ର ଦାଖଲ ହେଉଥିବା ବେଳେ କଟକ ସଦର ବ୍ଲକ ଅନ୍ତର୍ଗତ ୪୨ ମୌଜା କୂଳସରିଚୁଆଁ ଗ୍ରାମ ପଞ୍ଚାୟତର ସରପଞ୍ଚ ପାର୍ଥୀ ଭାବେ  ସମାଜସେବୀ ତଥା ଶିକ୍ଷାବିତ୍ ତ୍ରିଲୋଚନ ଦଳାଇ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେ ତାଙ୍କ ସମର୍ଥକ, ଗୁରୁଜନ, ଶୁଭେଛୁ ମାନଙ୍କ ଉପସ୍ଥିତିରେ ପ୍ରାର୍ଥୀପତ୍ର ଦାଖଲ  କରିଛନ୍ତି। ଶ୍ରୀଯୁକ୍ତ ଦଳାଇଙ୍କ ପ୍ରତି ଜନସାଧାରଣଙ୍କ ଆସ୍ଥା,ସ୍ନେହ, ଶ୍ରଦ୍ଧା ଓ ଲୋକପ୍ରିୟତାକୁ ପାଥେୟ କରି ସେ ନିର୍ବାଚନ ରଣାଙ୍ଗଣରେ ଅବତୀର୍ଣ୍ଣ ହୋଇଛନ୍ତି ଏବଂ ଅଞ୍ଚଳର ବିକାଶ,ଜନତାଙ୍କ ସେବାରେ ନିଜକୁ ନିୟୋଜିତ କରିବାକୁ ଦୃଢ଼ ସଂକଳ୍ପ ରଖିଛନ୍ତି । ଓଡ଼ିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.