ତାରପୁର, ୨୫/୧/୨୦୨୨ (ଓଡ଼ିଶା ସମାଚାର)- ରଘୁନାଥପୁର ସିସିବି ଅନ୍ତର୍ଗତ ଉତରକୂଳ ପ୍ରାଥମିକ କୃଷି ସେବା ସମବାୟ ସମିତି ଅଧିନରେ ଧାନ ମଣ୍ଡି ଖୋଲାଯାଇଛି । ସମିତି ର ସମ୍ପାଦକ ଅବିନାଶ ରାଉତ ଙ୍କ ତତ୍ୱାବଧାନରେ ସିସିବି ମ୍ୟାନେଜର ଇତିା୍ରୀକାନ୍ତ ସ୍ୱାଇଁ ଏହାକୁ ଆନୁଷ୍ଠାନିକଭାବେ ନଡ଼ିଆ ବାଡ଼େଇ ଉଦଘାଟନ କରିଥିବାବେଳେ କ୍ରୟ କମିଟି ସଦସ୍ୟ ବାବାଜୀ ଚରଣ ଦାସ, ମନୋଜ କୁମାର ମହାନ୍ତି,କିଶୋର କୁମାର ସ୍ୱାଇଁ, ସରପଂଚ ଦିଲିପ କୁମାର ବିଶ୍ୱାଳ ଉପସ୍ଥିତ ଥିଲେ । ଏହି ମଣ୍ଡି ଦ୍ୱାରା ଉତରକୂଳ, ବାବୁଜଙ୍ଗ, ମଣିଜଙ୍ଗ ଓ ମହମ୍ମଦପୁର ପଂଚାୟତର ଚାଷୀମାନେ ଉପକୃତ ହେବାକୁ ଥିବାବେଳେ ପ୍ରଥମ ଦଫାରେ ୨୪୦୦ କୁଇଂଟାଲ ଧାନ କ୍ରୟ କରାଯିବାକୁ ଲକ୍ଷ ଧାର୍ଯ୍ୟ କରାଯାଇଛି । ଏଫଏକ୍ୟୁ ଧାନର ମୂଲ୍ୟ ୧୯୪୦ ଟଙ୍କା ସରକାରୀ ଭାବେ ଧାର୍ଯ୍ୟ କରାଯାଇଛି । ଏଠାରୁ ମୂରଲୀଧର ଆଗ୍ରୋ ମିଲ ଧାନ ଉଠାଇବାକୁ ସ୍ଥିର ହୋଇଛି । ୪୫୬ ଜଣ ଚାଷୀ ନିଜ ନିଜ ନାମ ପଂଜିକରଣ କରିଥିବାବେଳେ ଅଗ୍ରଣୀ ଚାଷୀ କିଶୋର ଚନ୍ଦ୍ର ଶାହାଣୀ, ରଜନୀକାନ୍ତ ପରିଡ଼ା, ପ୍ରକାଶ ପରିଜା, ଉପେନ୍ଦ୍ର ପାତ୍ର, ପ୍ରଭାକର ମଲିକ୍, ଅଶୋକ ସାହୁ, ରମାକାନ୍ତ ମଲ, ରବିନାରାୟଣ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର
