କଟକ ସଦର, ୨୪/୧/୨୦୨୨ (ଓଡ଼ିଶା ସମାଚାର/ଵିଷ୍ଣୁ ବେହେରା):କଟକ ସଦର ଵିଧାୟକ ଚନ୍ଦ୍ର ସାରଥି ଵେହେରାଙ୍କ ମାଉସୀ , ସାହିତ୍ୟର ଏକ ଲମ୍ବା ଯାତ୍ରାର ସହଯାତ୍ରୀ,ସୁନାଵେଡା ହାଇସ୍କୁଲର ଅବସରପ୍ରାପ୍ତ ଶିକ୍ଷୟତ୍ରୀ ଡକ୍ଟର ସରଳା ବେହେରା (ସରଳା ମ୍ୟାଡାମ) ଙ୍କର ଆଜି ସୋମବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ଭୂଵନେଶ୍ୱରର ଏକ ହସ୍ପିଟାଲରେ ଦେହାନ୍ତ ହୋଇଥିବା ଖଵର ମିଳିଛି। ସୁନାବେଡ଼ାରେ ଶିକ୍ଷୟିତ୍ରୀ ଜୀଵନ ଆରମ୍ଭ କରିଵା ସହିତ ଵହୁ ଵହୁ ସାହିତ୍ୟ ଅନୁଷ୍ଠାନ ସହ ଵନପ୍ରଭା ସାହିତ୍ୟ ସଂସଦର ଦାୟିତ୍ୱ ନିର୍ବାହ କରୁଥିଲେ।ଏଥି ସହିତ କଟକ କାଠଯୋଡି ସାହିତ୍ୟ ସଂସଦ ସହିତ ସମ୍ପର୍କ ରେ ଥିବା ଵେଳେ ଓଡ଼ିଆ ଗୀତି ସମାଜର ମଧ୍ୟ ପୃଷ୍ଠପୋଷକ ଥିଲେ।ତାଙ୍କର ୮ ଖଣ୍ଡ ସାରସ୍ୱତ ସଂକଳନ ଓଡିଆ ଵାଣୀ ଭଣ୍ଡାରକୁ ସମୃଦ୍ଧ କରିଛି। ଏଥିସହିତ ଏହି ଯଶସୀ ସ୍ରଷ୍ଟା ଶତାଧିକ ସଂକଳନର ସଂପାଦନା ମଧ୍ୟ କରିଛନ୍ତି।ତାଙ୍କ ମୃତ୍ୟୁ ଖଵର ପ୍ରଚାରିତ ହେଵା ପରେ ସଦର ଅଞ୍ଚଳରେ ଶୋକର ଛାୟା ଖେଳିଯିଵା ସହ ସୁନାବେଡ଼ା ହାଇସ୍କୁଲର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଅଶୋକ କୁମାର ପୃଷ୍ଟି ଗଭୀର ଶୋକ ପ୍ରକାଶ କରିବା ସହିତ ପରଲୋକଗତ ଆତ୍ମାର ସ ବୈକୁଣ୍ଠ ପ୍ରାପ୍ତି କାମନା କରିଛନ୍ତି। ଓଡ଼ିଶା ସମାଚାର
